fbpx

(Video) କେତେ ବୟସର ମହିଳାଙ୍କୁ ମିଳିବ ସରକାରଙ୍କ ସୁଭଦ୍ରା ଟଙ୍କା; ଦରକାର କେଉଁ ପ୍ରମାଣ ପତ୍ର ?

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) କାହାକୁ ମଳିବ ସୁଭଦ୍ରା ଟଙ୍କା, ସୁଭଦ୍ରା ଟଙ୍କା କିଏ ପାଇବାକୁ ଯୋଗ୍ୟ ହେବେ ? ପାଖକୁ ଆସିବ ୫୦ ହଜାର ଟଙ୍କାର ଭାଉଚର୍ । କେଉଁ ମହିଳା ଯୋଜନାରେ ହେବେ ଅନ୍ତର୍ଭୁକ୍ତ । ପଥମ କ୍ୟାବେନଟ ବୌଠକ ପରେ ମୋହନ ମାଝୀଙ୍କ ସରକାର ନେଉଛନ୍ତି ବଡ଼ ବଡ଼ ପଦକ୍ଷେପ । ଆଉ ସେଭିତରେ ମହଳାଙ୍କର ଶଶକ୍ତିକରଣ କରିବା ଲାଗି ଘୋଷଣା କରିଛନ୍ତି ।

ମହିଳା ପାଇବେ ସୁଭଦ୍ରା ଟଙ୍କା । ଯାହକି ୫୦ ହଜାର ଟଙ୍କାର ଭାଉଚର୍ । ହେଲେ କାହାକୁ କାହାକୁ ମଳିବ ଏହି ସୁବିଧା, କ’ଣ ରହିଛି ଏହି ଜୋଜନାରେ ନିୟମ କିଏ କିଏ ହୋଇପାରିବେ ଅନ୍ତର୍ଭୁକ୍ତ ? ଆଗାମୀ ଶହେ ଦିନ ମଧ୍ୟରେ ଓଡ଼ିଶାରେ ଲାଗୁ ହେବ ଶୁଭଦ୍ରା ଯୋଜନା । ଏନେଇ ଘୋଷଣା କରିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଦୁଇ ବର୍ଷ ମଧ୍ୟରେ ସେମାନେ ଏହି ରାଶିକୁ ଖର୍ଚ୍ଚ କରିପାରିବେ ।

ଏହି ଯୋଜନା ଉଭୟ ଅଫ୍ ଲାଇନ ଓ ଅନ୍ ଲାଇନ୍ ହୋଇ ପାରିବ । ବିଭାହିତ ମହିଳା ପାଇବେ ଏହି ଯୋଜନାର ସୁବିଧା । ଏହି ଯୋଜନାର ମୂଳ ଲକ୍ଷ ସମାଜରେ ମହିଳାଙ୍କ ସ୍ଥିତିକୁ ସୁଦୃଢ କରିବା ଓ ସେମାନଙ୍କୁ ଆର୍ଥିକ ସ୍ଵାଧୀନତା ପ୍ରଦାନ କରିବା ।

Get real time updates directly on you device, subscribe now.