fbpx

ଚୀନକୁ ଚେତାବନୀ ଦେଲେ ମୋଦି

ନୂଆଦିଲ୍ଲୀ, ୧୭ା୬: ଲଦାଖର ଗଲୱାନା ଉପତ୍ୟକାରେ ଭାରତ ଓ ଚୀନ ମୁହାଁମୁହିଁ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଦେଶର ଅଖଣ୍ଡତା ସହ ବୁଝାମଣା କରିବନି ଭାରତ ।  ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ମୋଦି କହିଛନ୍ତି । ସେ କହିଛନ୍ତି ଯେ ଶାନ୍ତି ଚାହୁଁ କିନ୍ତୁ ଉସୁକାଇଲେ ଜବାବ ଦେବୁ ।  ଏହାସହ ସହିଦ ହୋଇଥିବା ଯବାନଙ୍କ ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରିଛନ୍ତି ମୋଦି ।  ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀ ଆଲୋଚନାରେ ମଧ୍ୟ ଯବାନଙ୍କ କଥା କହିଛନ୍ତି ମୋଦି ।  ଉସୁକାଇଲେ ଭାରତ ଯଥୋଚିତ ଜବାବ ଦେବାକୁ ସକ୍ଷମ ରହିଛି ।  ଏନେଇ କାହା ମନରେ ଭ୍ରମ କିମ୍ବା ସନ୍ଦେହ ନରହୁ ବୋଲି ମୋଦି କହିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ ଗତକାଲି ଭାରତ-ଚୀନ୍ ମୁହାଁମୁହିଁ   ଘଟଣାରେ  ଭାରତର ୨୦ ଯବାନ ସହିଦ ହୋଇଥିଲେ । 

Get real time updates directly on you device, subscribe now.