fbpx

(Video)ଜି ୭ ସମ୍ମିଳନୀରେ ବାଇଡେନ୍ କଲେ ଏପରି କିଛି ଆଚରଣ, ଭିଡିଓ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କୌଣସି ନା କୌଣସି କାରଣରୁ ଚର୍ଚ୍ଚାକୁ ଆସିଯାଇଥାନ୍ତି । ଜି-୭ ଶିଖର ସମ୍ମିଳନୀ ସମୟରେ ପୁଣି ଏହିପରି କିଛି ହୋଇଛି । ସର୍ବପ୍ରଥମେ ଯେତେବେଳେ ସେ ଇଟାଲୀରେ ପହଞ୍ଚିଲେ ସେତେବେଳେ ସେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କୁ ଏକ ଭିନ୍ନ ଅନ୍ଦାଜରେ ସାଲ୍ୟୁଟ୍ କଲେ । ଏହାପରେ ଫଟୋ ସେସନ ସମୟରେ ସେ ଅଚାନକ ଗ୍ରୁପ୍‌ରୁ ଦୂରକୁ ଚାଲି ଯାଇଥିଲେ ।
ସାମ୍ନାକୁ ଆସିଥିବା ଭିଡିଓରେ ଏହା ଦେଖିବାକୁ ମିଳୁଛି କି ବାଇଡେନ୍ ମେଲୋନୀଙ୍କୁ ଭେଟିବା ପରେ ଧୀରେ ଧୀରେ ମଞ୍ଚରେ ଦୂରକୁ ଚାଲିଯାଇଥିଲେ । ବାଇଡେନ୍ ମେଲୋନୀଙ୍କୁ ଆଲିଙ୍ଗନ କରିବା ସହ କିଛି ସମୟ ପର୍ଯ୍ୟନ୍ତ ତାଙ୍କ ସହ କଥା ହୋଇଥିଲେ । ଏହାପରେ ବାଇଡେନ୍ ନିଜ ମଥାରେ ହାତ ରଖି ମେଲୋନୀଙ୍କୁ ସାଲ୍ୟୁଟ୍ କରିଥିଲେ । ଏହାପରେ ଧୀରେ ଧୀରେ ମଞ୍ଚରୁ ଚାଲି ଯାଇଥିଲେ ।

ଅନ୍ୟ ଏକ ଇଭେଣ୍ଟର ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ପାରାଗ୍ଲାଇଡର ଓହ୍ଲାଇବା ପରେ ସମସ୍ତ ନେତା ତାଳି ବଜାଇ ତାଙ୍କୁ ସ୍ୱାଗତ କରିଥିଲେ ଓ ଏକତ୍ର ଛିଡା ହୋଇଥିବାର ନଜର ଆସିଥିଲେ । ଏହି ସମୟରେ ବାଇଡେନ୍ ଅନ୍ୟ ଦିଗକୁ ଚାହିଁ ହସିବା ଓ ଧୀରେ ଧୀରେ ଚାଲିବା ଦେଖାଯାଇଥିଲା । କିଛି ବାଟ ଚାଲିବା ପରେ ସେ ବେଶ୍ ଉତ୍ସାହରେ କାହାକୁ ଆଙ୍ଗୁଠି ଦେଖାଇ ଥମ୍ପସଅପ୍ କରୁଥିବାର ନଜର ଆସୁଛନ୍ତି । କିନ୍ତୁ ଯେତେବେଳେ କ୍ୟାମେରା ତାଙ୍କ ଆଡକୁ ପଡୁଛି ସେତେବେଳେ ସେଠାରେ କେହି ବି ନ ଥିବାର ଦେଖିବାକୁ ମିଳୁଛି । ଅନ୍ୟ ନେତାମାନେ ବି ବାଇଡେନ୍‌ଙ୍କ ଆଡକୁ ଚାହୁଁଥିବାର ଦେଖାଯାଉଛି । ଏହାରି ମଧ୍ୟରେ ମେଲୋନୀ ବାଇଡେନ୍‌ଙ୍କ ହାତ ଧରି ତାଙ୍କୁ ଅନ୍ୟ ନେତାମାନଙ୍କ ପାଖକୁ ନେଇଯାଉଥିବାର ଦେଖାଯାଉଛି ।

Get real time updates directly on you device, subscribe now.