fbpx

Petrolର ଅଜଣା ହିସାବ… ୧ ଲିଟର ପେଟ୍ରୋଲରୁ କେତେ ଟାକ୍ସ ନିଅନ୍ତି ସରକାର? ଏତିକି ଟଙ୍କା ହେଉଛି ଲାଭ

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦରକୁ ନେଇ ଚିନ୍ତାରେ ରହିଛନ୍ତି ଗାଡ଼ି ଚାଳକ । ଦୀର୍ଘ ଦିନ ପର୍ଯ୍ୟନ୍ତ ଏହି ମୂଲ୍ୟ ସ୍ଥିର ରହିବା ପରେ ଜୁନ୍ ୧୫ ତାରିଖରେ ପେଟ୍ରୋଲରେ ୩ ଟଙ୍କା ଏବଂ ଡିଜେଲରେ ୩.୨ ଟଙ୍କା ଲେଖାଏଁ ବୃଦ୍ଧି ହୋଇଛି । ତେବେ ପେଟ୍ରୋଲ-ଡିଜେଲ ଦର ହ୍ରାସକୁ ଗ୍ରାହକ ଅପେକ୍ଷା କରି ରହିଥିବା ବେଳେ ଆଗକୁ ଏହା ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଛି । କିନ୍ତୁ ଆପଣ ଜାଣିଛନ୍ତି କି, ଏହି ପେଟ୍ରୋଲ ଏବଂ ଡିଜେଲରୁ ସରକାର କେତେ ଟଙ୍କା ଟାକ୍ସ ଆକାରରେ ପାଇଥାନ୍ତି । ପେଟ୍ରୋଲରେ ଆପଣ ସରକାରଙ୍କୁ କେତେ ଟଙ୍କା ଟାକ୍ସ ଦେଉଛନ୍ତି ? ୧ ଲିଟର ପେଟ୍ରୋଲ ମୂଲ୍ୟରେ ଟାକ୍ସ ପ୍ରାୟତଃ ୫୦ ପ୍ରତିଶତ ରହିଥାଏ ।

କେନ୍ଦ୍ର ଏବଂ ରାଜ୍ୟ ସରକାର ପେଟ୍ରୋଲ-ଡିଜେଲ ଉପରେ ଭାରି ଟିକସ ଆଦାୟ କରିଥାନ୍ତି । ପ୍ରତ୍ୟେକ ଦିନ ଦେଶର ପ୍ରମୁଖ ତୈଳ କମ୍ପାନୀ(ହିନ୍ଦୁସ୍ତାନ ପେଟ୍ରୋଲିୟମ, ଇଣ୍ଡିଆନ ଅଏଲ ଏବଂ ଭାରତ ପେଟ୍ରୋଲିୟମ) ପେଟ୍ରୋଲ-ଡିଜେଲ ଦାମ୍ ସ୍ଥିର କରିଥାନ୍ତି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପାଇଁ ପେଟ୍ରୋଲ-ଡିଜେଲ ଦରରୁ ମିଳୁଥିବା ଟିକସ ରାଜସ୍ୱର ଏକ ବଡ ମାଧ୍ୟମ । ପେଟ୍ରୋଲ-ଡିଜେଲ ଉପରେ ହେଉଥିବା ଟିକସର ହିସାବ ଜାଣିବା ପାଇଁ ଏକ ଲିଟର ପେଟ୍ରୋଲକୁ ଉଦାହରଣ ନେଇ ପାରିବା । ମେ’ ୧, ୨୦୨୩ରେ ୧ ଲିଟର ତେଲର ଦାମ୍ ଥିଲା ୯୬.୭୨ ଟଙ୍କା । ଏଥିରେ ୩୫.୬୧ ଟଙ୍କା ଟାକ୍ସ ଆକାରରେ ସାମିଲ ରହିଥିଲା । ଯେଉଁଥିରୁ ୧୯.୯୦ ଟଙ୍କା କେନ୍ଦ୍ର ସରକାରଙ୍କ ଆକାଉଣ୍ଟକୁ ଯାଉଥିବା ବେଳେ ୧୫.୭୧ ଟଙ୍କା ରାଜ୍ୟ ସରକାରଙ୍କୁ ମିଳିଥାଏ । ଏହାବ୍ୟତୀତ ୧ ଲିଟର ପେଟ୍ରୋଲରେ ଡିଲରର କମିଶନ ୩.୭୬ ଟଙ୍କା ହୋଇଥିବା ବେଳେ ପରିବହନ ବାବଦରେ ଖର୍ଚ୍ଚ ହୋଇଥାଏ ୦.୨୦ ଟଙ୍କା ।

ତେବେ ଧରାଯାଉ ୧ ଲିଟର ପେଟ୍ରୋଲର ମୂଲ୍ୟ ୫୭.୧୫ ଟଙ୍କା । ଏଥିରେ ୦.୨୦ ପରିବହନ ଖର୍ଚ୍ଚ ହିସାବ କରାଗଲେ ଏହାର ମୂଲ୍ୟ ୫୭.୩୫ ଟଙ୍କା ହୋଇଥାଏ । ଏହାସହିତ କେନ୍ଦ୍ର ସରକାରଙ୍କୁ ମିଳୁଥିବା ୧୯.୯୦ ଟଙ୍କା ଏକ୍ସାଇଜ ଡ୍ୟୁଟି, ଡିଲର କମିଶନ ୩.୭୬ ଟଙ୍କା ଏବଂ ୱେଟ ଚାର୍ଜ ୧୫.୭୧ ଟଙ୍କାକୁ ମିଶାଇଲେ ପେଟ୍ରୋଲର ମୂଲ୍ୟ ୯୬.୭୨ ଟଙ୍କାରେ ବିକ୍ରି ହେଉଛି । ଅର୍ଥାତ୍ ଜଣେ ଗ୍ରାହକ ପ୍ରତି ଲିଟର ସରକାରଙ୍କୁ ୩୫.୬୧ ଟଙ୍କା ଟିକସ ଦେଇଥାଏ ।

Get real time updates directly on you device, subscribe now.