fbpx

NEET UG 2024 Re-Exam: ଜୁନ୍ ୨୩ରେ ପୁଣି ଥରେ ହେବ ପରୀକ୍ଷା, ଜାରି ହେଲା ଆଡମିଟ୍ କାର୍ଡ

ନୂଆଦିଲ୍ଲୀ: ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ନିଟ୍) ୟୁଜି ୨୦୨୪ର ରି-ଏଗଜାମ ତାରିଖ ଘୋଷଣା କରାଯାଇଛି । ଆସନ୍ତା ୨୪ ତାରିଖରେ ନିଟ୍ ୟୁଜି ୨୦୨୪ର ପୁଣି ଥରେ ପରୀକ୍ଷା ହେବ । ଏଥିପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ତରଫରୁ ୧୫୬୩ ଜଣ ପ୍ରାର୍ଥୀଙ୍କ ପାଇଁ ଆଡମିଟ୍ କାର୍ଡ ଜାରି କରାଯାଇଛି । ସମୟ ଅଭାବରୁ ଯେଉଁମାନଙ୍କୁ ଗ୍ରେସ୍ ମାର୍କ ଦିଆଯାଇଥିଲା ସେମାନେ ଜୁନ୍ ୨୩ରେ ପରୀକ୍ଷା ଦେବେ । ସେମାନେ ପୁଣି ଥରେ ପରୀକ୍ଷା ଦେବାକୁ ଚାହାନ୍ତି କି ଗ୍ରେସ ମାର୍କ ହଟାଯିବା ପରେ ଯେଉଁ ସ୍କୋର ରୁହେ ସେହି ରେଜଲ୍ଟ ଚାହାନ୍ତି ବୋଲି ଏହି ପ୍ରାର୍ଥୀମାନଙ୍କ ପାଇଁ ଚଏସ୍ ଦିଆଯାଇଥିଲା ।

ଆସନ୍ତା ୨୩ ତାରିଖ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫.୨୦ ପର୍ଯ୍ୟନ୍ତ ଏହି ରି-ଏଗଜାମ ଅନୁଷ୍ଠିତ ହେବ । ପେନ୍ ଓ ପେପର ମୋଡ଼ରେ ୧୫୬୩ ଜଣ ପ୍ରାର୍ଥୀ ଏହି ପରୀକ୍ଷା ଦେବେ । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ନିଟ୍ ରି-ଏଗଜାମର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ଉଚ୍ଚ ସ୍ତରୀ କମିଟିର ସୁପାରିଶ କ୍ରମେ ୧୫୬୩ ଜଣ ପ୍ରାର୍ଥୀଙ୍କ ପାଇଁ ଏହି ପରୀକ୍ଷା ପୁନର୍ବାର କରାଯିବ । ପ୍ରାରମ୍ଭିକ ମୂଲ୍ୟାଙ୍କନରେ ଯେଉଁମାନେ ଗ୍ରେସ୍ ମାର୍କ ପାଇଥିଲେ ସେମାନଙ୍କ ପାଇଁ ବିଶେଷ ଭାବେ ଏହି ପରୀକ୍ଷା ପୁନର୍ବାର କରାଯାଉଛି । ଯେଉଁ ପ୍ରାର୍ଥୀମାନେ ପୁନର୍ବାର ପରୀକ୍ଷା ପାଇଁ ବାଛିଥିଲେ ସେମାନେ ମେ ୫ ତାରିଖ ପରୀକ୍ଷାର ପ୍ରକୃତ ମାର୍କ ଆଧାରରେ ରେଜଲ୍ଟ ପାଇବେ । ସେମାନେ ମାର୍କରେ କୌଣସି କ୍ଷତିପୂରଣ ପାଇବେ ନାହିଁ ।

Get real time updates directly on you device, subscribe now.