fbpx

ଅଯୋଧ୍ୟା ରାମ ମନ୍ଦିର ଛାତରୁ କାହିଁକି ପଡୁଛି ପାଣି ? ସାମ୍ନାକୁ ଆସିଲା କାରଣ, ମାସକ ମଧ୍ୟରେ ହେବ ସମାଧାନ

ନୂଆଦିଲ୍ଲୀ: ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ରାମମନ୍ଦିର ହେବାର ଅନେକ ଦିନ ହୋଇଗଲାଣି । ଏହା ଭିତରେ ଦେଖିବାକୁ ମିଳିଛି ଏକ ବଡ ସମସ୍ୟା । ମୌସୁମୀର ପ୍ରଥମ ବର୍ଷାରେ ମନ୍ଦିରର ଛାତରୁ ପାଣି ଲିକେଜ୍ କରିବାର ଦେଖା ଦେଇଛି । ଏହା ମନ୍ଦିରର ଆଉ କେଉଁ ଅଂଶ ନୁହେଁ ରାମଲାଲା ପୂଜା ପାଉଥିବା ଗର୍ଭଗୃହରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଏହି ଘଟଣାର ସତ୍ୟତା ରାମ ମନ୍ଦିରର ମୁଖ୍ୟ ପୂଝାରୀ ଖୋଦ ସାମ୍ନାକୁ ଆଣିଛନ୍ତି । ସେ ଏହି ଘଟଣା ନେଇ କହିଛନ୍ତି ଯେ, ରାମଲାଲାଙ୍କ ମୁଖ୍ୟ ବିଗ୍ରହ ଯେଉଁଠି ପୂଜା ପାଉଛନ୍ତି । ସେହି ଗର୍ଭଗୃହର ଛାତରୁ ପାଣି ଲିକେଜ ହୋଇ ଚାରିଆଡେ ହୋଇଯାଇଥିଲା । ଆଗାମୀ ଦିନମାନଙ୍କରେ ଯଦି ଏହି ସମସ୍ୟାର ସମାଧାନ କରାନଯାଏ ତେବେ ରାମଲାଲାଙ୍କୁ ଏହି ଗର୍ଭଗୃହରେ ପୂଜା କରିବା ବଡ କାଠିଗର ପାଠ ହୋଇଯିବ ।

ଖବର ଅନୁସାରେ, ବର୍ଷା ଆରମ୍ଭ ହେବାର କିଛିଦିନ ଆଗରୁ ରାମମନ୍ଦିରରେ ଛାତର କିଛି ଅଂଶରେ ପାଣି ଲିକେଜ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଦେଖିବାକୁ ମିଳିଥିଲା । ପୁନର୍ବାର ରାମଲାଲାଙ୍କର ଗର୍ଭଗୃହରେ ପାଣି ପଡୁଥିବାରୁ ଏନେଇ  ପ୍ରଶ୍ନ ଉଠୁଛି । ଏହାର ଜବାବରେ ମନ୍ଦିର ନିର୍ମା କମିଟିର ଅଧ୍ୟକ୍ଷ ଶ୍ରୀପେନ୍ଦ୍ର ମିଶ୍ର ମନ୍ଦିର ଛାତରୁ ପାଣି ଲିକେଜ ହୋଇଥିବାର କାରଣ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ମୁଁ ନିଜେ ମନ୍ଦିରର ପ୍ରଥମ ମହଲାରୁ ପାଣି ଲିକେଜ ହୋଇଥିବାର ନିଜେ ଦେଖିଛି । ଏହା ପଛର କାରଣ ହେଉଛି । ବର୍ତ୍ତମାନ ମନ୍ଦିରର ଦ୍ୱିତୀୟ ମହାଲାର କାର୍ଯ୍ୟ ଚାଲୁ ରହିଛି । ସେଥିଲାଗି ଛାତଟି ସମ୍ପୂର୍ଣ୍ଣ ଖୋଲା ରହିଛି । ଅତ୍ୟଧିକ ବର୍ଷା ହେବା କାରଣରୁ ଛାତରେ ପାଣି ଜମି ଲିକେଜ ହେଉଛି । ଆଗାମୀ ମାସରେ ଏହି ଦ୍ୱିତୀୟ ମହଲାର ଛାତ ପଡିଗଲା ପରେ ଏହି ସମସ୍ୟା ସୃଷ୍ଟି ହେହ ନାହିଁ  ବୋଲି ମନ୍ଦିର କମିଟି ଅଧ୍ୟକ୍ଷ ଶ୍ରୀପେନ୍ଦ୍ର୍ ମିଶ୍ର କହିଛନ୍ତି ।

 

 

Get real time updates directly on you device, subscribe now.