fbpx

ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ; ଗୁପ୍ତ ସେବା କରୁଛନ୍ତି ସେବାୟତ, ଦେଉଳ ବାହାରେ କାନ୍ଦୁଛନ୍ତି ଭକତ

ପୁରୀ: (ଓଡ଼ିଶା ଭାସ୍କର) ସ୍ନାନଯାତ୍ରା ପରେ ଶ୍ରୀଜିଉ ଜ୍ୱରରେ କମ୍ପୁଛନ୍ତି । ସେଥିପାଇଁ ଭକ୍ତଙ୍କୁ ଦର୍ଶନ ଦେବା ବଦଳରେ ଅଣସର ପିଣ୍ଡିରେ ବିଶ୍ରାମ ନେଇଛନ୍ତି ଶ୍ରୀଜିଉ । ଶ୍ରୀଜିଉଙ୍କ ବିକଳ୍ପ ଭାବେ ରତ୍ନସିଂହାସନରେ ପୂଜା ପାଉଛନ୍ତି ପଟ୍ଟିଦିଅଁ । ୧୦୮ କୁମ୍ଭ ଜଳରେ ସ୍ନାନ ପରେ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କ ସହ ଚକ୍ରରାଜ ସୁଦର୍ଶନ । ଉପଚାର ଲାଗି ଗୁପ୍ତ ସେବାରେ ଲାଗିଛନ୍ତି ଦଇତାପତି ସେବାୟତ ।

ତେବେ ଶ୍ରୀଜିଉ ଅଣସର ପିଣ୍ଡିକୁ ଯିବା ପରେ ଶ୍ରୀମନ୍ଦିର ବାହାରେ ରହି କାଳିଆ ପାଇଁ କାନ୍ତୁଛନ୍ତି ଭକତ । ଶ୍ରୀମନ୍ଦିରରେ କାଳିଆକୁ ଦର୍ଶନ ନପାଇ ବ୍ୟାକୁଳ ହେଉଛନ୍ତି ଭକତ । ସେପଟେ କିମ୍ୱଦନ୍ତୀ ଅନୁସାରେ ଭକ୍ତମାନେ ଯାଉଛନ୍ତି ବ୍ରହ୍ମଗିରିର ଅଲାରନାଥ ପୀଠକୁ । ବିଶ୍ୱାସ ରହିଛି ମହାପ୍ରଭୁଙ୍କ ଅଣସର ସମୟରେ ଚତୁର୍ଭୁଜ ନାରାୟଣ ରୂପୀ ଅଲାରନାଥଙ୍କୁ ଦର୍ଶନ କଲେ ସମ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ । ଭୋର ଚାରିଟାରୁ ଅଲାରନାଥଙ୍କ ଦ୍ୱାରଫିଟା ନୀତି ସହ ଅନ୍ୟ ନୀତି ବଢ଼ିବା ପରଠୁ ଭକ୍ତଙ୍କ ସାହାଣମେଲା ଦର୍ଶନ ଚାଲିଛି ।

Get real time updates directly on you device, subscribe now.