fbpx

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ତିହାର ଜେଲରୁ ଗିରଫ କଲା CBI

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲରୁ ଗିରଫ କରିଛି ସିବିଆଇ । ଆସନ୍ତାକାଲି କେଜ୍ରିୱାଲଙ୍କୁ ସମ୍ବନ୍ଧିତ ଟ୍ରାୟଲ କୋର୍ଟରେ ହାଜର କରିବା ନେଇ ଅନୁମତି ମିଳିଯାଇଛି । ତେଣୁ ଆସନ୍ତାକାଲି କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯିବ । ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇ ତିହାର ଜେଲରେ କେଜ୍ରିୱାଲଙ୍କୁ ପଚରାଉଚରା କରିଥିଲା । ଏହାପରେ କେନ୍ଦ୍ରୀୟ ଏଜେନ୍ସି ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଥିଲା । ତାଙ୍କର ବୟାନ ରେକର୍ଡ କରାଯାଇଛି । କୋର୍ଟରେ ହାଜର କରାଯିବା ପରେ ସିବିଆଇ କେଜ୍ରିୱାଲଙ୍କର କଷ୍ଟଡି ପାଇଁ ଆବେଦନ କରିବ ।

ଅନ୍ୟପକ୍ଷରେ କେଜ୍ରିୱାଲଙ୍କ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର କରାଯାଉଛି ବୋଲି କହିଛନ୍ତି ଆମ୍ ଆଦମୀ ପାର୍ଟି (ଆପ) ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ । କେଜ୍ରିୱାଲଙ୍କ ବିରୋଧରେ ସିବିଆଇ ମିଥ୍ୟା ମକଦ୍ଦମା ଦାୟର କରିଛି । ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବାର ପୂରା ସମ୍ଭାବନା ରହିଛି । ଏହା ପୂର୍ବରୁ ବିଜେପି ସରକାର ସିବିଆଇ ସହିତ ମିଶି କେଜ୍ରିୱାଲଙ୍କ ବିରୋଧରେ ମିଥ୍ୟା ମକଦ୍ଦମା ପ୍ରସ୍ତୁତ କରି ତାଙ୍କୁ ଗିରଫ କରିବାକୁ ଷଡ଼ଯନ୍ତ୍ର ରଚିଥିଲା । ସାରା ଦେଶ ବିଜେପି ଓ କେନ୍ଦ୍ର ସରକାରର ଅତ୍ୟାଚାର ଓ ଅନ୍ୟାୟ ଦେଖୁଛି । ସାରା ଦେଶ କେଜ୍ରିୱାଲଙ୍କ ସହିତ ବିଜେପି ବିରୋଧରେ ଛିଡ଼ା ହୋଇଛି ବୋଲି ସଞ୍ଜୟ କହିଛନ୍ତି ।

Get real time updates directly on you device, subscribe now.