IND vs ENG ସେମି ଫାଇନାଲରେ କିଏ ରହିବେ ଅମ୍ପାୟାର? ବିଶ୍ୱକପ Semi-Final ପାଇଁ ଅମ୍ପାୟାରଙ୍କ ଘୋଷଣା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ସେମି ଫାଇନାଲ ପାଇଁ ୪ଟି ଦଳ ମିଳି ସାରିଛି । ଗ୍ରୁପ-୧ରୁ ଭାରତ ଏବଂ ଆଫଗାନିସ୍ତାନ ସେମି ଫାଇନାଲକୁ ପ୍ରବେଶ କରିଥିବା ବେଳେ ଗ୍ରୁପ-୨ରୁ ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ସେମି ଫାଇନାଲରେ ପହଞ୍ଚିଛନ୍ତି । ପ୍ରଥମ ସେମି ଫାଇନାଲ ମ୍ୟାଚରେ ସାଉଥ ଆଫ୍ରିକା-ଆଫଗାନିସ୍ତାନ ଲଢେଇ ଏବଂ ଦ୍ୱିତୀୟ ମ୍ୟାଚରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ତେବେ ଏହି ୨ ସେମି ଫାଇନାଲ ମ୍ୟାଚ ପାଇଁ ଆଇସିସି ତରଫରୁ ମ୍ୟାଚ ଅଫିସିଆଲ୍ସ ଘୋଷଣା ହୋଇଯାଇଛି । ସେମି ଫାଇନାଲ ମ୍ୟାଚରେ କିଏ ଅମ୍ପାୟାରିଙ୍ଗ କରିବେ, ସେ ନେଇ ମଧ୍ୟ ଘୋଷଣା କରିଛି ଆଇସିସି ।

ଆଇସିସି ଅନୁସାରେ, ପ୍ରଥମ ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମୁହାଁମୁହିଁ ହେବାକୁ ଥିବା ବେଳେ ଏହି ମ୍ୟାଚରେ ରିଚାର୍ଡ ଏଲିଙ୍ଗୱର୍ଥ ଏବଂ ଭାରତୀୟ ଅମ୍ପାୟାର ନୀତିନ ମେନନ୍ ଅମ୍ପାୟାରିଙ୍ଗ କରିବେ । ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିବ । କିନ୍ତୁ ଅନ୍ୟ ପକ୍ଷରେ ଆଫଗାନିସ୍ତାନ ବଡ଼ ବଡ଼ ଦଳକୁ ପରାସ୍ତ କରି ଖୁବ ଆତ୍ମବିଶ୍ୱସ ସହ ସେମି ଫାଇନାଲରେ ପହଞ୍ଚିଛି । ତେଣୁ ଏହି ମ୍ୟାଚରେ ବିଜୟ ହାସଲ କରିବରା ଦକ୍ଷିଣ ଆପ୍ରିକା ପାଇଁ ସେତେଟା ସହଜ ହେବନାହିଁ । ଏହାବ୍ୟତୀତ ରିଚାର୍ଡ କେଟଲବୋରୋ ମ୍ୟାଚରେ ଟିଭି ଅମ୍ପାୟାର ରହିଥିବା ବେଳେ ଏହସାନ ରଜା ଫୋର୍ଥ ଅମ୍ପାୟାର ରହିଛନ୍ତି । ତେବେ ମ୍ୟାଚ ରେଫରୀ ଭାବରେ ରିଚି ରିଚାର୍ଡସନଙ୍କୁ ଦାୟିତ୍ୱ ଦିଆଯାଇଛି ।

ସେହିପରି ଭାରତ ଏବଂ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଫାଇନାଲରେ ରଡ୍ ଟକର ଏବଂ କ୍ରିସ ଗେଫନୀଙ୍କୁ ଅନ୍-ଫିଲ୍ଡ ଅମ୍ପାୟାର ଭାବରେ ଚୟନ କରାଯାଇଛି । ତେବେ ଥାର୍ଡ ଅମ୍ପାୟାର ଜୋଏଲ ୱିଲସନ୍ ଏବଂ ଫୋର୍ତ ଅମ୍ପାୟାର ଭାବରେ ରହିଛନ୍ତି ପଲ୍ ରିଫେଲ୍ । ସେହିପରି ମ୍ୟାଚ ରେଫରୀ ଦାୟିତ୍ୱରେ ରହିଛନ୍ତି ଜେଫ କ୍ରୋ । ଗତ ୨୦୨୨ ଟି-୨୦ ବିଶ୍ୱକପରେ ମଧ୍ୟ ଭାରତ-ଇଂଲଣ୍ଡ ମଧ୍ୟରେ ସେମି ଫାଇନାଲ ଖେଳାଯାଇଥିଲା । ଏହି ମ୍ୟାଚରେ ଇଂଲଣ୍ଡ ୧୦ ୱିକେଟରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା । ତେଣୁ ଚଳିତବର୍ଷ ଭାରତ ଏହି ପରାଜୟର ପ୍ରତିଶୋଧ ନେବାର ଏକ ସୁବର୍ଣ୍ଣ ସୁଯୋଗ ପାଇଛି ।