fbpx

ଲୁଟେରା ଗ୍ୟାଙ୍ଗର ଶିକାର ହେଲେ ଲୋକ ପାଇଲଟ, ୩ ଗିରଫ

ଭୁବନେଶ୍ୱର: ରାଉରକେଲା ଅଞ୍ଚଳରୁ କିଛିଦିନ ତଳେ ଜଣେ ଲୋକ ପାଇଲଟ ଲୁଟର ଶିକାର ହୋଇଥିବା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ସେହି ଦୁର୍ବୃତ୍ତ ଲୋକ ପାଇଲଟଙ୍କୁ ଅପହରଣ କରିନେଇ ସୁନା ଚେନ ସହ ୧ ଲକ୍ଷ ୨୪ ହଜାର ଟଙ୍କା ଲୁଟ ହେବାର ନେଇ ଅଭିଯୋଗ ହୋଇଥିଲା ।

ଏହି ଘଟଣାଟି ରାଉରକେଲାର ଛେଣ୍ଡ୍ ଥାନା ଅଞ୍ଚଳରେ ହୋଇଥିବାର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଲୋକପାଇଲଟଙ୍କ ଠାରୁ ଲୁଟ କରିଥିବା ସେହି ତିନିଜଣ ଲୁଟେରାଙ୍କୁ ଭୁବନେଶ୍ୱରର ଏକ ଅଞ୍ଚଳରୁ ରାଉରକେଲା ପୋଲିସ ଏକ କାର ସହ ସେହି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ରାଉରକେଲା ପୋଲିସ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.