fbpx

ଓଡିଆ ସହିଦ ଯବାନଙ୍କୁ ସଲାମ୍, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଯିବ ଅନ୍ତିମ ବିଦାୟ

ଭୁବନେଶ୍ୱର,୧୯ ।୬(ଓଡିଶା ଭାସ୍କର): ଭାରତ-ଚୀନ ସୀମା ଅର୍ଥାତ୍ ଲଦାଖରେ ହୋଇଥିବା ସଂଘର୍ଷରେ ସହିଦ ହୋଇଥିବା ୨ ଓଡିଆ ଯବାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ବିଦାୟ ଦିଆଯିବ । ଜନ୍ମମାଟିରେ ଗାର୍ଡଅନର ସହ ୨ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଏନେଇ କନ୍ଧମାଳର ରାଇକିଆ ଓ ରାଇରଙ୍ଗପୁର ବିଜାତଳା ଗାଁରେ ପହଞ୍ଚିଲା ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ।

ତେବେ ଗଲୱାଲ ଘାଟିରେ ସହିଦ ହୋଇଥିଲେ ୨ ଓଡିଆ ଯବାନ । ଆଜି ଜନ୍ମମାଟିରେ ପହଞ୍ଚିଲା ବୀର ସହିଦ ୨ ଓଡିଆଙ୍କ ପାର୍ଥିବ ଶରୀର ।  ଚୀନ ସୈନ୍ୟଙ୍କ ସହ ସଂଘର୍ଷରେ ସହିଦ ହୋଇଥିଲେ କନ୍ଧମାଳ ରାଇକିଆ ବେରୋପାଙ୍ଗା ଗାଁର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୂରଭଞ୍ଜ ରାଇରଙ୍ଗପୁର ବଡ଼ଚମ୍ପାଓଦା ଗାଁର ନୁଦୁରାମ ସୋରେନ ।

Get real time updates directly on you device, subscribe now.