fbpx

ଶାନ୍ତିରେ ବିବାଦର ସମାଧାନ ଚାହୁଁ : ବାୟୁସେନା ମୁଖ୍ୟ

ହାଇଦ୍ରାବାଦ, ୨୦ା୬: ହାଇଦ୍ରାବାଦରେ ବାୟୁସେନା ପକ୍ଷରୁ ପାସିଂ ଆଉଟ ପରେଡ଼ ହୋଇଛି । ସେହି ପାସିଂ ଆଉଟ ପରେଡ଼ରେ ବାୟୁସେନା ମୁଖ୍ୟ ବକ୍ତବ୍ୟ ଦେଇ କହିଛନ୍ତି ଯେ ସୀମାରେ ଚୀନର ଗତିବିଧି ଉପରେ ଆମର ନଜର ରହିଛି । ଜବାବ ଦେବାକୁ ଆମକୁ ସଦାସର୍ବଦା ପ୍ରସ୍ତୁତ ରହିବାକୁ ହେବ । ସେନା ପରିସ୍ଥିତିକୁ ବେଶ୍ ଭଲ ଭାବେ ନିୟନ୍ତ୍ରଣ କରୁଛି । ଆମେ ଶାନ୍ତିରେ ବିବାଦର ସମାଧାନ ଚାହୁଁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.