fbpx

PM Kisan ଯୋଜନା-କାଳିଆ ଯୋଜନା ହେବ ଏକାଠି: କୃଷକଙ୍କୁ ମିଳିବ ଦୁଇଗୁଣ ଫାଇଦା

ଭୁବନେଶ୍ୱର: କୃଷକମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଣିକି ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଲାଭବାନ୍ ହୋଇଥିବା ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ ସାମିଲ ହେବେ । କୃଷକମାନଙ୍କର ଆର୍ଥିକ ବିକାଶ କ୍ଷେତ୍ରରେ ଆଉ ଏକ ପଦକ୍ଷେପ ନେଇଛନ୍ତି ବିଜେପି ସରକାର । ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତିକୁ ଏବେ ପୂରଣ କରିବା ଆରମ୍ଭ କରିଛି । ଏଥର ନିର୍ବାଚନରେ ବିଜେପିର ନାରା ଥିଲା ଦୁଇ ଥର ପଦ୍ମ, ଦୁଇ ଗୁଣ ବିକାଶ । ଏବେ ସେହି ପ୍ରତିଶ୍ରୁତିକୁ ପୂରଣ କରିବାକୁ ଯାଉଛି ଓଡ଼ିଶାର ନୂଆ ସରକାର ।

ଓଡ଼ିଶାରେ ନୂଆ ସରକାର ଗଠନ ହେବା ପରେ ଚାଷୀଙ୍କ ଆୟ ବୃଦ୍ଧି ଉଦ୍ଦେଶ୍ୟରେ ସମୃଦ୍ଧ କୃଷକ ନୀତିକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱ ଦେଇଛି ବିଜେପି ସରକାର । କୃଷି ବିଭାଗର ସମୀକ୍ଷା ବୈଠକ ପରେ ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାବ୍ୟତୀତ ରାଜ୍ୟରେ କୃଷକଙ୍କ ପାଇଁ ୫୮ଟି ଶୀତଳ ଭଣ୍ଡାର ନିର୍ମାଣ କରାଯିବ । ସବ୍-ଡିଭିଜନ୍ ସ୍ତରରେ ଶୀତଳ ଭଣ୍ଡାର ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଏହି ସମୃଦ୍ଧ କୃଷକ ନୀତିକୁ ଯଥାଶୀଘ୍ର ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି ।

Get real time updates directly on you device, subscribe now.