fbpx

Big Breaking; ସୋମବାର ସବୁ ସ୍କୁଲ-କଲେଜ ଛୁଟି: ସରକାରଙ୍କ ତରଫରୁ ଛୁଟି ଘୋଷଣା

ଭୁବନେଶ୍ୱର: ଆସନ୍ତା ସୋମବାର ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ । ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବା ପାଇଁ ନିଦ୍ଦେଶ ଦିଆଯାଇଛି । ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ଶିକ୍ଷାନୁଷ୍ଠାନକୁ ସୋମବାର ଦିନ ପାଇଁ ଛୁଟି ଭାବରେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରଥଯାତ୍ରା ପାଇଁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଏହି ଦିନ ବନ୍ଦ ରହିବ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ୮ ତାରିଖକୁ ଛୁଟି ଭାବରେ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହାପୂର୍ବରୁ ରଥଯାତ୍ରା ପାଇଁ ଆସନ୍ତା ୮ ତାରିଖରେ ବ୍ୟାଙ୍କ ଓ କୋର୍ଟ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର । ଏହି ଦିନ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗୀୟ କାର୍ୟ୍ୟାଳୟ ବନ୍ଦ ରହିବ । ଏହା ସହ ରାଜସ୍ୱ ଓ ମାଜିଷ୍ଟ୍ରେଟଙ୍କ କୋର୍ଟ ବି ବନ୍ଦ ରହିବ । ରାଜ୍ୟରେ ସମସ୍ତ ବ୍ୟାଙ୍କ ମଧ୍ୟ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.