fbpx

ପ୍ରଥମ ଥର ବ୍ୟବହାର ହେବ ‘Sarco Death Capsule’: ମାତ୍ର ୩୦ ସେକେଣ୍ଡରେ ବିନା ଯନ୍ତ୍ରଣାରେ ହୋଇଯିବ ମୃତ୍ୟୁ!

ନୂଆଦିଲ୍ଲୀ: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ଆତ୍ମହତ୍ୟା ଭଳି କୁପଥକୁ ଆଦରି ନେଉଥିବା ଦେଖାଯାଉଛି । ଯେଉଁମାନେ ନିଜ ଜୀବନକୁ ନେଇ ଖୁସିରେ ନଥାନ୍ତି, ଯେଉଁମାନେ ଜୀବନ ଯୁଦ୍ଧରେ ହାରି ଯାଇଥାନ୍ତି, ସେମାନେ ଏହି ଚରମ ନିଷ୍ପତ୍ତି ଗ୍ରହଣ କରିଥାନ୍ତି । ଇଚ୍ଛାମୃତ୍ୟୁ ଉପରେ ଦୁନିଆର ସମସ୍ତ ଦେଶ ପ୍ରତିବନ୍ଧକ ଲାଗୁ କରିଥିବା ବେଳେ ଭାରତରେ ସୁଇସାଇଡ୍ କରିବା ଅପରାଧ ଶ୍ରେଣୀରେ ଆସିଥାଏ । ତେବେ ଏପରି ଏକ ଦେଶ ରହିଛି ଯେଉଁଠି ଲୋକମାନେ ନିଜ ଇଚ୍ଛାରେ ସୁଇସାଇଡ୍ କରିପାରନ୍ତି ।

ସ୍ୱିଜରଲାଣ୍ଡ ବିଶ୍ୱର ଏକମାତ୍ର ଦେଶ ଯେଉଁଠି ଲୋକମାନେ ନିଜ ଇଚ୍ଛାରେ ‘ଆସିଷ୍ଟେଡ ସୁଇସାଇଡ’ କରିପାରନ୍ତି । ମାତ୍ର ଏହାକୁ ନେଇ କିଛି ସର୍ତ୍ତ ରହିଛି । ସର୍ତ୍ତ ହେଉଛି, ମରିବାକୁ ଚାହୁଁଥିବା ବ୍ୟକ୍ତି କୌଣସି ଗମ୍ଭୀର ବୀମାରୀରେ ପୀଡ଼ିତ ହୋଇଥିବା ଆବଶ୍ୟକ । କେବଳ ଏତିକି ନୁହେଁ, ଇଚ୍ଛା ମୃତ୍ୟୁ ଚାହୁଁଥିବା ବ୍ୟକ୍ତି ବିନା ଯନ୍ତ୍ରଣାରେ ମାତ୍ର ୩୦ ସେକେଣ୍ଡ ଭିତରେ ମୃତ୍ୟୁବରଣ କରିପାରିବେ । ସେଥିପାଇଁ ‘ଡେଥ୍ କ୍ୟାପସୁଲ’ ପ୍ରସ୍ତୁତ କରାଯାଇଛି ।

ଏଗଜିଟ ସ୍ୱିଜରଲାଣ୍ଡ ନାମକ ଏକ କମ୍ପାନୀ ସାର୍କୋ ଡେଥ୍ କ୍ୟାପସୁଲ ପ୍ରସ୍ତୁତ କରିଛି । ସେଥିରେ ବସିବାର କିଛି ସମୟ ମଧ୍ୟରେ ମଣିଷର ମୃତ୍ୟୁ ହୋଇଯିବ । ଏହି କ୍ୟାପସୁଲକୁ ପ୍ରସ୍ତୁତ କରିଥିବା ଡ. ଫିଲିକ ନିଶ୍ଚେକ ଏ ବାବଦରେ ସୂଚନା ଦେଇଛନ୍ତି । ଯେଉଁମାନେ ବିନା ଯନ୍ତ୍ରଣାରେ ମରିବାକୁ ଚାହାନ୍ତି ସେମାନଙ୍କୁ ଏହି କ୍ୟାପସନ ସହାୟତା କରିବ ବୋଲି ସେ କହିଛନ୍ତି । ଚଳିତ ମାସରେ ଏହି କ୍ୟାପସୁଲର ଲାଇଭ୍ ବ୍ୟବହାର ହେବା ନେଇ ଯୋଜନା ପ୍ରସ୍ତୁତ ହୋଇଛି । ଯେଉଁମାନେ ଇଚ୍ଛାମୃତ୍ୟୁ ଚାହୁଁଥିବେ ସେମାନଙ୍କୁ ଚୟନ କରିବା ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ଏଗଜିଟ ସ୍ୱିଜରଲାଣ୍ଡର ୱେବସାଇଟରେ ଫଟୋ ତଳେ ‘ଖୁବଶୀଘ୍ର ଆସୁଛି’ ବୋଲି ଲେଖାଯାଇଛି ।

ଯେଉଁ ବ୍ୟକ୍ତି ଏହି ମେଶିନରେ ଚଢ଼ିବେ ତାଙ୍କୁ ୩ଟି ପ୍ରଶ୍ନ ପଚରାଯିବ । ପ୍ରଥମ ପ୍ରଶ୍ନ- ଆପଣ କିଏ? ଦ୍ୱିତୀୟ ପ୍ରଶ୍ନ- ଆପଣ କେଉଁଠାରୁ ଆସିଛନ୍ତି? ତୃତୀୟ ପ୍ରଶ୍ନ- ବଟନ ଚିପିଲେ କ’ଣ ହେବ ତାହା ଆପଣ ଜାଣନ୍ତି କି? ଜବାବ ଦେବା ପରେ କ୍ୟାପସୁଲରେ ଥିବା ସଫ୍ଟୱେର ପାୱାର ଚାଲୁ କରିଦେବ, ତା’ପରେ ସେଥିରେ ଲାଗିଥିବା ବଟନ ଆକ୍ଟିଭ ହୋଇଯିବ ଓ ବଟନ ଚିପିବା ପରେ ଆପଣଙ୍କର ମୃତ୍ୟୁ ଘଟିବ । ତେବେ ଏହି କ୍ୟାପସୁଲକୁ ନେଇ ବିରୋଧଭାସ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.