fbpx

ଭାରତ-ରୁଷର ୨୨ତମ ସମ୍ମିଳନୀ: ୨ ଦିନିଆ ରୁଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ରୁଷ ଗସ୍ତରେ ଯାଉଛନ୍ତି । ମସ୍କୋରେ ଜୁଲାଇ ୮ ଏବଂ ୯ରେ ୨୨ତମ ଭାରତ-ରୁଷ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି । ରୁଷ-ୟୁକ୍ରେନ ଯୁଦ୍ଧ ପରେ ଏହା ମୋଦୀଙ୍କ ପ୍ରଥମ ରୁଷ ଗସ୍ତ ହେବ । ପ୍ରଧାନମନ୍ତ୍ରୀଙ୍କ ରୁଷ ଗସ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ କାରଣ ଏହା ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ଼ କରିବାରେ ସହାୟକ ହେବ ।

ଖବର ଅନୁସାରେ,  ଭାରତ ଏବଂ ରୁଷର ୨୨ତମ ସମ୍ମିଳନୀରେ ଯୋଗଦେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ପ୍ରସଙ୍ଗରେ ଆଲେଚନା କରିବେ । ଶିକ୍ଷା, ସଂସ୍କୃତି, ଶକ୍ତି, ନିବେଶ, ପ୍ରତିରକ୍ଷା ପ୍ରସଙ୍ଗରେ ଆଲୋଚନା ହେବ । ପରେ ମୋଦିଙ୍କ ସହ ରୁଷ ରାଷ୍ଟ୍ରପତି ପୁଟିନ ରାତ୍ରୀଭୋଜନରେ ସାମିଲ ହେବେ । ମୋଦିଙ୍କ ଏହି ରୁଷିଆ ଗସ୍ତ ନେଇ ସାରା ବିଶ୍ୱର ନଜର ରହିଛି ।

ପ୍ରଧାନମନ୍ତ୍ରୀ ମୋଦି ଭାରତ-ରୁଷ ସମ୍ମିଳନୀ ପରେ ୨ ଦିନିଆ ଅଷ୍ଟ୍ରିଆ ଗସ୍ତ କରିବେ । ଭାରତୀୟ ପ୍ରଧାନମନ୍ତ୍ରୀ ୪୧ ବର୍ଷ ପରେ ଅଷ୍ଟ୍ରିଆ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରିଆ ଗସ୍ତରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ଆଲୋଚନା କରିବା ନେଇ ଆଲୋଚନା ମଧ୍ୟ ଜୋର ଧରିଛି ।

Get real time updates directly on you device, subscribe now.