fbpx

(Video) ରୋହିତଙ୍କ ସହ ଏ ସୁନ୍ଦରୀ କିଏ ? ଭାରତୀୟ କ୍ରିକେଟ ଟିମରେ ମହିଳାଙ୍କୁ ମିଳିଛି ପ୍ରମୁଖ ଦାୟିତ୍ୱ

ଓଡ଼ିଶା ଭାସ୍କର: ଟି-୨୦ ବିଶ୍ୱକପ୍ ଜିତି ଚମ୍ପିଆନ୍ ପାଲଟିଛି । ଏହି ଟ୍ରଫି ୧୭ ବର୍ଷ ପରେ ଭାରତକୁ ଫେରିଥିବାରୁ ସାରା ଦେଶରେ ସେଲିବ୍ରେସନ୍ ଜାରି ରହିଛି । ତେବେ ଟିମ ଇଣ୍ଡିଆର ସମସ୍ତ ସଦସ୍ୟଙ୍କ ସେଲିବ୍ରେସନ ଫଟୋ ଭାଇରାଲ ହେଉଛି । ଏହାଭିତରେ ଜଣେ ମହିଳାଙ୍କ ଫଟୋ ମଧ୍ୟ ଭାଇରାଲ ହେଉଛି । ପୁରୁଷ ଦଳ ଯୁଆଡ଼େ ଯାଏ ତାଙ୍କ ସହ ଏହି ମହିଳା ବି ଯାଆନ୍ତି । ଭାରତୀୟ ଦଳରେ କେବଳ ଏହି ଜଣେ ମହିଳା ସବୁ ଆଡ଼େ ଗସ୍ତ କରନ୍ତି । ରୋହିତଙ୍କ ସହ ମଧ୍ୟ ରହିଛି ଏହି ମହିଳାଙ୍କର ଅନେକ ଫଟୋ । ବିଶ୍ୱକପ୍ ହେଉ କି ଟେଷ୍ଟ ଚାମ୍ପିୟନସିପ୍ ହେଉ । ଭାରତ ମ୍ୟାଚ୍ ଜିତିଲା ମାନେ ଏହି ମହିଳାଙ୍କର ଫଟୋ ଅଧିକ ଭାଇରାଲ ହୁଏ । ଆଉ ଏବେ ଭାରତ ଟି୨୦ ବିଶ୍ୱକପ୍ ଜିତିବା ପରେ ଏହି ମହିଳାଙ୍କ ଫଟୋ ରୋହିତଙ୍କ ସହ ଭାଇରାଲ ହେଉଛି ।

ଏ ମହିଳାଙ୍କ ନାମ ହେଉଛି ରାଜଲକ୍ଷ୍ମୀ ଆରୋରା । ସାରା ଭାରତୀୟ ପୁରୁଷ କ୍ରିକେଟରେ ଏହି ଜଣେ ମହିଳାହିଁ ରହିଛନ୍ତି । ଆଙ୍କର କାମ ମଧ୍ୟ ସେମିତି ନିଆରା । ଆଙ୍କୁ ସାଙ୍ଗରେ ନନେଲେ ଭାରତୀୟ କ୍ରିକେଟ ଟିମ ପୁରା ପୁରି ଅଧୁରା । ଟିମ ଯୁଆଡ଼େ ଯିବ ରାଜଲ ମଧ୍ୟ ସିଆଡ଼େ ଯିବେ । ନିକଟରେ ଯେତେବେଳେ ବିଶ୍ୱକପ୍ ଜିତିବା ପରେ ପୁରା ଟିମ ମୋଦୀଙ୍କ ପାଖକୁ ଯାଇଥିଲା । ସେତେବେଳେ ରାଜଲକ୍ଷ୍ମୀ ମଧ୍ୟ ଟିମ ସହ ମୋଦୀଙ୍କ ପାଖକୁ ଯାଇଥିଲେ । ଯେଉଁ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରାଜଲକ୍ଷ୍ମୀ ହେଉଛନ୍ତି ଭାରତୀୟ କ୍ରିକେଟ ସୋସିଆଲ ମିଡିଆ ଟିମର ମୁଖ୍ୟ । ଆପଣ ମାନେ ଯେଉଁ ସବୁ ଭିଡିଓ କିମ୍ବା ଫଟୋ ଦେଖୁଛନ୍ତି କି ଖେଳାଳି ମାନଙ୍କର ଇଣ୍ଟରଭ୍ୟୁ ଦେଖୁଛନ୍ତି ସବୁ କିଛି ରାଜଲକ୍ଷ୍ମୀଙ୍କ ଦେଖା ରେଖାରେ ହୋଇଥାଏ ।

ରାଜଲକ୍ଷ୍ମୀଙ୍କ ବିନା ଅନୁମତିରେ ଖେଳାଳି ମାନଙ୍କ ଅଫିସିଆଲ ଫଟୋ କିମ୍ବା ଭିଡିଓ ସୋସିଆଲ ମିଡ଼ିଆରେ ଅପଲୋଡ ଯାଇପାରିବ ନାହିଁ । ସେଥିପାଇଁ ଟିମ ଯୁଆଡ଼େ ବି ଯାଏ ତାଙ୍କ ସହ ରାଜଲ ଯିବା ସୁନିଶ୍ଚିତ । ଟି ୨୦ ବିଶ୍ୱକପରେ ମଧ୍ୟ ରାଜଲ ଗସ୍ତ କରିଥିଲେ । ଅନେକ ଫଟୋ ମଧ୍ୟ ରାଜଲଙ୍କର ଭାଇରଲ ହେଉଛି । ବିଶ୍ୱକପ୍ ଟ୍ରଫି ରହି ରହିଛନ୍ତି ରାଜଲ । ଖେଳାଳି ମାନଙ୍କର ସହ ବହୁତ ଖୁସିର ମୁହୂର୍ତ୍ତ ମଧ୍ୟ ସେୟାର କରିଥିବା ଦେଖିବାକୁ ମିଳିଛି । ଯଦି ଦେଖିବା ରାଜଲକ୍ଷ୍ମୀଙ୍କ କାମ ଏତେ ଭଲରେ ସେ ସବୁ ଦିନ ପାଇଁ ଭାରତୀୟ ଟିମ ସୋସିଆଲ ମିଡିଆର ମୁଖ୍ୟ ହୋଇ ରହିଯାଇଛନ୍ତି ।

Get real time updates directly on you device, subscribe now.