fbpx

(Video) ୧ନଂ ହାଟରେ ଅଚାନକ ପହଞ୍ଚିଗଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ: ଚିଠା ମାଗିବାରୁ ଭୟରେ ଥରିଲେ ବ୍ୟବସାୟୀ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ମୁଖ୍ୟ ଅଭିଯୋଗ ପ୍ରକୋଷ୍ଠ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନିୟମିତ ଭାବେ ଲୋକଙ୍କ ଠାରୁ ଅଭିଯୋଗ ଶୁଣୁଛନ୍ତି । ତେବେ ରାଜ୍ୟ କ୍ୟାବିନେଟର ମନ୍ତ୍ରୀମାନେ ମଧ୍ୟ ସେମାନଙ୍କର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ବର୍ତ୍ତମାନ ସମୟରେ ପରିବା ଦର ଆକାଶଛୁଆଁ ରହିଥିବା ବେଳେ ଏଭଳି ସମୟରେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଅଚାନକ ୧ନଂ ପରିବା ମାର୍କେଟରେ ପହଞ୍ଚି ଯାଇଥିଲେ । ମନ୍ତ୍ରୀଙ୍କୁ ଦେଖି ଭୟରେ ବ୍ୟବସାୟୀମାନେ ଥରିଉଠିଥିଲେ ।

ମନ୍ତ୍ରୀ ଶ୍ରୀ ପାତ୍ର ପରିବା ହାଟରେ ପହଞ୍ଚି ଗାଡ଼ିରୁ ଓହ୍ଲାଇ ସିଧାସଳଖ ଦୋକାନୀମାନଙ୍କୁ ପାଖକୁ ଡାକିଥିଲେ । ଏହାପରେ ସେ ବଜାର ବୁଲିବା ସହିତ ମଣ୍ଡିରେ କ୍ରୟ-ବିକ୍ରୟର ରସିଦ୍ ଦେଖିଥିଲେ । ଚଢ଼ା ଦରରେ ପରିବା ବିକ୍ରି କରୁଥିବା ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସମୟରେ ରାଜ୍ୟର ପ୍ରତ୍ୟେକ ସହରରେ ପରିବାର ଦର ଉଚ୍ଚା ରହିଛି । ଆଳୁ, ପିଆଜ, ଟମାଟୋ ପରି ଅଧିକାଂଶ ପରିବା କେଜି ପିଛା ୪୦ ଟଙ୍କା ପାର୍ କରିଛି । ତେଣୁ ଦର ବୃଦ୍ଧି ନେଇ ବିଭିନ୍ନ ବଜାର ଓ ମଣ୍ଡିରେ ଯାଞ୍ଚ କରାଯାଉଛି । ମୁନାଫାଖୋର୍ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବୈଠକ ଠକାଇ ଏ ବାବଦରେ ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.