fbpx

(video): କ୍ୟାପଟେନ କୁଲ ନାଚିଲେ, ଜୋତା ଉତାରିଲେ, ମାହିଙ୍କ ପ୍ରଶଂସା କରୁଛନ୍ତି ଫ୍ୟାନ୍ସ

 

ଓଡିଶା ଭାସ୍କର: ଏବେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି । ଉଭୟ ଅନନ୍ତ ଓ ରାଧିକା ଜୁଲାଇ ୧୨ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ । କିନ୍ତୁ, ସେମାନଙ୍କ ବିବାହ ହୋଇ ନ ଥିଲେ ବି ତାଙ୍କର ପ୍ରି- ୱେଡିଂକୁ ନେଇ ସାରା ଦେଶରେ ବର୍ତ୍ତମାନ ଲୋକେ ଚର୍ଚ୍ଚା କରୁଛନ୍ତି । ଏମାନଙ୍କ ପ୍ରି – ୱେଡିଂରେ କ୍ରିକେଟ ଓ ବଲିଉଡ ଜଗତର ବଡ ବଡ ଷ୍ଟାର ଆସୁଛନ୍ତି ଓ ଯାଉଛନ୍ତି । ଯାହା ରୋଚକର ଶିରୋନାମାରେ ରହିଛି । ୧୦ ତାରିଖରେ ଅମ୍ବାନୀଙ୍କ ‘ଏଣ୍ଟିଲିଆ’ ଘରେ ଶିବଶକ୍ତି ପୂଜାର ଆୟୋଜନ କରାଯାଇଥିଲା । ଯେଉଁଥିରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନୀ ଯୋଗ ଦେଇଥିଲେ । ତାଙ୍କ ସହ ତାଙ୍କ ସହଧର୍ମିଣୀ ସାକ୍ଷୀ ମଧ୍ୟ ଉପସ୍ଥିତ ଥିଲେ ।

ମାହି ଏଠାରେ ନିଜର ଏକ କାମ ପାଇଁ ସମସ୍ତଙ୍କ ହୃଦୟ ଜିତିଛନ୍ତି । ଏଠାରେ ପହଞ୍ଚି ଧୋନୀ, ସାକ୍ଷୀଙ୍କ ସହ କେତେକ ଫଟୋ ଉଠାଇଥିଲେ ଓ ପରେ ଚାଲିଯାଇଥିଲେ । ଧୋନୀ ଆୟୋଜିତ ହେଉଥିବା ଶିବଶକ୍ତି ପୂଜାରେ ନିଜର ଜୋତା ଉତାରି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ । ଅଲ ବ୍ଲେକରେ ସେ ନଜର ଆସିଥିଲେ । ତାହାସହ ସେ ଅନେକ ଲୋକଙ୍କ ସହ ସେ କଥାବାର୍ତ୍ତା କରୁଥିବାର ମଧ୍ୟ ନଜର ଆସିଥିଲେ । ଏହି ପୂଜାରେ ଧୋନୀଙ୍କ ସମେତ ବଲିଉଡର ଅନେକ ସେଲିବ୍ରିଟି ମଧ୍ୟ ଯୋଗ ଦେଇଥିଲେ ।

 

View this post on Instagram

 

A post shared by Manav Manglani (@manav.manglani)

Get real time updates directly on you device, subscribe now.