fbpx

(Video) ‘ମୋତେ ଫିଲ୍ମ ଅଫର ଦେଇ କହୁଛି ମୋ ପାଖରେ ଶୋଇବ ବୋଲି…’: ପ୍ରଡ୍ୟୁସରଙ୍କ ଉପରେ ବର୍ଷିଲେ ନିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ଯାତ୍ରା ଅଭିନେତ୍ରୀ ନିଶା ମହାରଣା ଅଧିକାଂଶ ସମୟରେ ବିଭିନ୍ନ ଘଟଣାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତେବେ ଏହା ମଧ୍ୟରେ ନିଶାଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଜଣେ ଫିଲ୍ମ ପ୍ରଯୋଜକ ଫିଲ୍ମ ଅଫର ଦେଇ ତାଙ୍କୁ ଖରାପ କଥା କହିଥିବା ନିଶା ଅଭିଯୋଗ କରିଛନ୍ତି । ଉକ୍ତ ପ୍ରଡ୍ୟୁସର ଜଣଙ୍କ ନିଶାକୁ ରାତିରେ ଫୋନ୍ କରି ଏଭଳି ଖରାପ ଅଫର ଦେଇଥିବା ଅଭିନେତ୍ରୀ କହିଛନ୍ତି ।

ନିଶା କହିଛନ୍ତି, କିଛିଦିନ ତଳେ ମୋତେ ଫିଲ୍ମରେ ହିରୋଇନ କରିବା ପାଇଁ ଉକ୍ତ ପ୍ରଡ୍ୟୁସର ଜଣଙ୍କ ମୋ ସହିତ କଥା ହୋଇଥିଲେ । ସେ ସମୟରେ ପ୍ରଯୋଜକ ଜଣଙ୍କ ମୋତେ ତାଙ୍କ ସହ ରାତି କଟାଇବାକୁ ପରୋକ୍ଷ ଭାବରେ କହିଥିଲେ । ଏଥିସହିତ ପ୍ରଯୋଜକଙ୍କ ପାଇଁ ମୁଁ କ’ଣ କରିପାରିବି ବୋଲି କହିଥିଲେ । ସେ ସମୟରେ ମୋ ପାଖରେ କିଛି ପ୍ରମାଣ ନଥିଲା । ୨-୩ ଦିନ ତଳେ ଉକ୍ତ ପ୍ରଯୋଜକ ମୋତେ ମେସେଜ୍ କରିଥିଲେ । କାମ କରିବା ପାଇଁ କମ୍ପ୍ରମାଇଜ୍ କରିବା ପାଇଁ କହିଥିଲେ । ଏପରିକି ସେ ମୋତେ ବେପାରୀ ବୋଲି ମଧ୍ୟ କହିଥିଲେ । ଫିଲ୍ମରେ ହିରୋଇନ କରିବା ନାଁରେ ଝିଅମାନଙ୍କୁ ଖରାପ କାର୍ଯ୍ୟରେ ନିୟୋଜିତ ପାଇଁ ପ୍ରଲୋଭନ ଦିଆଯାଉଥିବା ନିଶା ମିଡ଼ିଆ ଆଗରେ କହିଛନ୍ତି ।

Get real time updates directly on you device, subscribe now.