fbpx

(Video): ଲଦାଖର Mount Kunରୁ ଉଦ୍ଧାର ହେଲା ୩ ସୈନିକଙ୍କ ଶବ; ୯ମାସ ପରେ ଭାରତୀୟ ସେନାଙ୍କ ସର୍ଚ୍ଚ ଅପରେସନ୍ ସଫଳ

ନୂଆଦିଲ୍ଲୀ: ଗତ ବର୍ଷ ଅକ୍ଟୋବର ମାସରେ ଲଦାଖ ସ୍ଥିତ ମାଉଣ୍ଟ କୁନ୍‌(Mount Kun) ହିମସ୍ଖଳନ(Avalanche)ରେ ୩୮ ଜଣ ଭାରତୀୟ ସୈନିକ ଫସି ଯାଇଥିଲେ । ଏହି ଘଟଣା ପରେ ଭାରତୀୟ ସେନା ଦ୍ୱାରା ସର୍ଚ୍ଚ ଅପରେସନରେ ଜଣେ ସୈନିକଙ୍କ ଶବ ମିଳିଥିବା ବେଳେ ୩ ଜଣଙ୍କ କିଛି ସନ୍ଧାନ ମିଳିପାରିନଥିଲା । ଏବେ ଏହି ଘଟଣାର ୯ ମାସ ପରେ ୩ ଜଣ ସୈନିକଙ୍କ ଶବ ମିଳିଛି । ହାବିଲଦାର ରୋହିତ, ହାବିଲଦାର ଠାକୁର ବାହାଦୁର ଅଲେ ଏବଂ ନାୟକ ଗୌତମ ରାଜବଂଶୀ ଭାବେ ଏମାନଙ୍କ ପରିଚୟ ମିଳିଛି । ଏହି ୩ ଜଣ ସୈନିକଙ୍କ ଶବ ବରଫର ଗଭୀର ସ୍ତର ତଳେ ପୋତି ହୋଇ ରହିଥିଲା ।

ଏହି ଘଟଣାରେ ନିଖୋଜ ଥିବା ସୈନିକଙ୍କ ସନ୍ଧାନ ନିମନ୍ତେ ସ୍ୱତନ୍ତ୍ର ରିଲିଫ ଏବଂ ରେସ୍କ୍ୟୁ ଅପରେସନ୍ ଜାରି କରାଯାଇଥିଲା । କିନ୍ତୁ ଏହି ଅଭିଯାନ ଅନ୍ତର୍ଗତ କିଛି ସୁଫଳ ମିଳିନଥିଲା । ପ୍ରାୟ ୯ ମାସ ପରେ ଭାରତୀୟ ସେନାର ଏହି ମିଶନର ନେତୃତ୍ୱ ନେଇଥଲେ ହାଇ ଆଲ୍ଟିଟ୍ୟୁଡ୍ ୱାରଫେୟାର ସ୍କୁଲର କମାଣ୍ଡେଣ୍ଟ ବ୍ରିଗେଡିୟର ଏସଏସ ଶେଖାୱତ୍ । ଏହି ମିଶନରେ ତାଙ୍କ ନେତୃତ୍ୱରେ ଅନେକ ବରିଷ୍ଠ ଅଧିକାରୀ ସାମିଲ ଥିଲେ । ତେବେ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ଅପରେସନ ସେମାନଙ୍କ ଜୀବନର ସବୁଠାରୁ ଚ୍ୟାଲେଞ୍ଜିଂ ମିଶନ ଥିଲା । ସେମାନେ ପ୍ରାୟ ୧୮,୭୦୦ ଫୁଟ୍ ଉଚ୍ଚତାରେ ୯ ଦିନ ପର୍ଯ୍ୟନ୍ତ ଜଟିଳ ପରିସ୍ଥିତରେ ୧୦ରୁ ୧୨ ଘଣ୍ଟା ଖନନ କରିଥିଲେ । ଅନେକ ଟନ୍ ବରଫ ହଟାଇବା ପରେ ଏହି ଅପରେସନ ସଫଳ ହୋଇଥିଲା । ଏହି ଅପରେସନ ସମୟରେ କଠିନ ପାଗ ସେମାନଙ୍କୁ ଶାରୀରିକ ଏବଂ ମାନସିକ ଚ୍ୟାଲେଞ୍ଜ ଦେଉଥିଲା । କହିରଖୁଛୁ ଏହି ୩ ଜଣ ମୃତ ସୈନିକଙ୍କ ମଧ୍ୟରୁ ଜଣଙ୍କ ଶବ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଏହା ସହ ଅନ୍ୟ ଦୁଇ ଶବକୁ ପୁରା ସମ୍ମାନ ସହ ସେମାନଙ୍କ ଘରକୁ ପଠାଯିବାର ବ୍ୟବସ୍ଥା କରାଯାଉଛି ।

Get real time updates directly on you device, subscribe now.