fbpx

ଆଖି ତଳେ କଳାଦାଗ ପଡୁଛି କି ? ଆପଣାନ୍ତୁ ଏହି ଉପାୟ ଶୀଘ୍ର ହେବ ସମାଧାନ

ଓଡିଶା ଭାସ୍କର: ଆପଣମାନଙ୍କର ସୁନ୍ଦର ଚେହେରାରେ ଆଖି ତଳେ ଥିବା କଳାଦାଗ ବା ଡାର୍କ ସର୍କଲଗୁଡିକ ଆପଣଙ୍କୁ ଅନେକ ବ୍ୟଥିତ କରିଥାଏ । ଏହା ଦ୍ୱାରା ଆପଣଙ୍କୁ ଅନକମ୍ପଫର୍ଟ ଅନୁଭବ କରିନ୍ତି । କିନ୍ତୁ ଏହାର ସମାଧାନ ପାଇଁ ଆପଣଙ୍କୁ କୌଣସି ଡାକ୍ତରଙ୍କ ପାଖକୁ ବା ମେଡିକାଲ ଷ୍ଟୋରକୁ ଯିବାକୁ ପଡିବ ନାହିଁ । ଆଖି ତଳର କଳାଦାଗକୁ ଗାଏବ କରିବା ପାଇଁ ଅନେକ ଘରୋଇ ଉପଚାର ରହିଛି । ଯାହା ଆପଣଙ୍କର ଆଖିତଳର କଳାଦାଗକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଏହି ସମସ୍ୟାର ସମାଧାନ ପାଇଁ ଜବରଦସ୍ତ ପ୍ରଭାବଶାଳୀ ପ୍ରତିକାର ହେଉଛି ଆପଣ ୧୫ ମିନିଟ୍ ପାଇଁ ଆଖିରେ ବନ୍ଦକରି ଥଣ୍ଡା ହୋଇଥିବା ଚା’ର ପତି କିମ୍ବା କାକୁଡି କଟାକୁ ଆଖିରେ ରଖିବା ଦ୍ୱାରା ଏହି ସମସ୍ୟାର ସମାଧାନ କିଛିଦିନ ଭିତରେ ହୋଇଥାଏ । ଏହାଛଡା ଅନ୍ୟ ଏକ ପ୍ରତିକାର ହେଉଛି ବାଦାମ ତେଲ ଏବଂ ମହୁର ମିଶ୍ରଣକୁ ଶୋଇବା ପୂର୍ବରୁ ଆଖି ତଳେ ଅଳ୍ପ ପରିମାଣରେ ହାଲୁକା ମାଲିସ କରିଦିଅନ୍ତୁ ଏବଂ ରାତିସାରା ଛାଡିଦିଅନ୍ତୁ ।

ଆପଣ କିଛିଦିନ ଏପରି କରିବା ଦ୍ୱାରା,  ଖୁବ୍ କମ ଦିନରେ ଭିତରେ ଫରକ ନିଜେ ଜାଣିପାରିବେ । ବାଦାମ ତେଲ ଚର୍ମକୁ ମଶ୍ଚରାଇଜ୍ କରିବାରେ ସାହାଯ୍ୟ କରିଥାଏ । ଯେତେବେଳେ ମହୁର ପ୍ରାକୃତିକ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ବାଦାମ ତେଲରେ ମିଶିଥାଏ । ସେତେବେଳେ ଚର୍ମରୁ ବିଭିନ୍ନ ପ୍ରକାରର କଳାଦାଗକୁ ହଟାଇଦେଇଥାଏ । ବାଦାମ ତେଲ ଏବଂ ମହୁ ମିଶ୍ରଣ ପ୍ୟାକଟି ମଧ୍ୟ ସନସ୍କ୍ରିନ ଲୋସନ ଭଳି କାମ କରିଥାଏ ।  ଆପଣମାନଙ୍କର ଯଦି ଏପରି ସମସ୍ୟା ରହି ଥାଏ । ତେବେ ଏହି ଘରୋଇ ଉପାୟରେ ସମାଧାନ ହୋଇପାରିବ ।

Get real time updates directly on you device, subscribe now.