fbpx

କନ୍ନଡ଼ ଅଭିନେତ୍ରୀ ଅପର୍ଣ୍ଣା ବାସ୍ତାରେଙ୍କ ପରଲୋକ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । କନ୍ନଡ଼ ଅଭିନେତ୍ରୀ ତଥା ଟେଲିଭିଜନ ଉପସ୍ଥାପିକା ଅପର୍ଣ୍ଣା ବାସ୍ତାରେ ଆଉ ନାହାନ୍ତି । ଲଙ୍ଗ କ୍ୟାନ୍ସର ସହ ଲଢ଼େଇ କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଅଭିନେତ୍ରୀ । ଗୁରୁବାର ସନ୍ଧ୍ୟା ସମୟରେ ବେଙ୍ଗାଲୁରୁଠାରେ ଅପର୍ଣ୍ଣା ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୧ ବର୍ଷ ବୟସ ହୋଇଥିଲା । ଅପର୍ଣ୍ଣାଙ୍କ ବିୟୋଗରେ ତାଙ୍କର ଅଗଣିତ ପ୍ରଶଂସକ, ବନ୍ଧୁ, ପରିଜନମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

ଅପର୍ଣ୍ଣାଙ୍କ ବିୟୋଗ ନେଇ ତାଙ୍କର ସ୍ୱାମୀ ଏକ ଭିଡିଓ ଜାରି କରି ସୂଚନା ଦେଇଛନ୍ତି । ଅପର୍ଣ୍ଣା କ୍ୟାନସରର ଚତୁର୍ଥ ଷ୍ଟେଜରେ ରହିଥିଲେ । ଅପର୍ଣ୍ଣା ଉଭୟ ଅଭିନୟ ଓ ଆଙ୍କରିଂ କରି ନିଜ କ୍ୟାରିୟରରେ ଅନେକ ସଫଳତା ହାସଲ କରିଥିଲେ । ମୃତ୍ୟୁ ପୂର୍ବରୁ ଅପର୍ଣ୍ଣା ଅନେକ ସ୍ମରଣୀୟ କୃତି ଛାଡ଼ି ଦେଇଯାଇଛନ୍ତି ବୋଲି ତାଙ୍କର ସ୍ୱାମୀ କହିଛନ୍ତି । ୧୯୮୪ ମସିହାରେ ଫିଲ୍ମ ‘ମସାନଡ଼ା ହୁଭୁ’ ଜରିଆରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଉକ୍ତ ଫିଲ୍ମକୁ ପୁଟୁନ୍ନା କନାଗଲ ନିର୍ଦ୍ଦେଶନା ଦେଇଥିଲେ । ଖୁବ୍ କମ୍ ସମୟ ମଧ୍ୟରେ ଅପର୍ଣ୍ଣା ଜଣେ ଦକ୍ଷ ଅଭିନେତ୍ରୀ ଭାବେ ନିଜକୁ ପ୍ରତିଷ୍ଠିତ କରାଇ ପାରିଥିଲେ । ସେ ଶିବ ରାଜକୁମାରଙ୍କ ଅଭିନୀତ ପ୍ରସିଦ୍ଧ ଫିଲ୍ମ ‘ଇନ୍ସପେକ୍ଟର ବିକ୍ରମ’ରେ ମଧ୍ୟ ଅଭିନୟ କରିଥିଲେ ।

Get real time updates directly on you device, subscribe now.