fbpx

ଅଜିଙ୍କ୍ୟ ରାହାଣେଙ୍କ ପିତା ଗିରଫ: ଶ୍ରୀଲଙ୍କା ସିରିଜ୍ ପୂର୍ବରୁ କ୍ରିକେଟରଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଉପଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ଲାଗିଛି ଏକ ଶକ୍ତ ଧକ୍କା । ଆସନ୍ତା ମାସ ପହିଲାରୁ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ସେଥିରେ ରାହାଣେଙ୍କୁ ସାମିଲ କରାଯାଇଛି । ତେବେ ସିରିଜ୍ ଆରମ୍ଭ ପୂର୍ବରୁ ରାହାଣେଙ୍କ ପିତା ମଧୁକର ବାବୁରାଓ ରାହାଣେଙ୍କୁ ପୋଲିସ ଗିରଫ କରିଛି । ରାହାଣେଙ୍କ ପିତାଙ୍କ ବିରୋଧରେ ଆଇପିସିର ଧାରା ୩୦୪ଏ, ୩୩୭, ୩୩୮, ୨୭୯ ଓ ୧୮୪ ଅଧିନରେ ମାମଲା ଦାୟର କରାଯାଇଛି । ତେଣୁ ଏହି ଖବର ରାହାଣେଙ୍କ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଖବର ।

ଖବର ମୁତାବକ, ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ରାହାଣେଙ୍କ ପିତା ମଧୁକରଙ୍କ କାର୍ ଜଣେ ମହିଳାଙ୍କୁ ଧକ୍କା ଦେଇଥିଲା । କାରରେ ଧକ୍କା ଖାଇବା ପରେ ଉକ୍ତ ମହିଳା ଜଣଙ୍କ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଓ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଉକ୍ତ ମାମଲାରେ ମଧୁକରଙ୍କୁ ପୋଲିସ ଗିରଫ କରିଥିଲା ଓ ତାଙ୍କୁ ଜାମିନ୍ ମଧ୍ୟ ମିଳିଯାଇଥିବା ଜଣାପଡ଼ିଛି । ପୀଡ଼ିତା ମହିଳାଙ୍କର ବୟସ ୬୭ ବର୍ଷ ଓ ସେ ରାହାଣେଙ୍କ ପିତାଙ୍କ କାରରେ ଦୁର୍ଘଟଣାର ଶିକାର ହୋଇଥିଲେ । ତେବେ ଦୁର୍ଘଟଣା ସମୟରେ କିଏ ଗାଡ଼ି ଡ୍ରାଇଭ୍ କରୁଥିଲା ତାହା ସ୍ପଷ୍ଟ ହୋଇନାହିଁ ।

ମଧୁକର ନିଜ ପରିବାର ସହିତ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ସଙ୍ଗେସଙ୍ଗେ ମହିଳାଙ୍କୁ ସ୍ଥାନୀୟ ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ମହିଳା ଜଣଙ୍କ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଥିଲା । ଏହାପରେ ମଧୁକରଙ୍କ ବିରୋଧରେ ପୋଲିସରେ ମାମଲା ରୁଜୁ ହେବା ସହ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

Get real time updates directly on you device, subscribe now.