fbpx

ଜେମ୍ସ ଆଣ୍ଡରସନ ରଚିଲେ ଇତିହାସ, ଏହି ମହାରେକର୍ଡ କରିବାରେ ପ୍ରଥମ ଦ୍ରୁତ ବୋଲର

ଓଡିଶା ଭାସ୍କର: ଇଂଲଣ୍ଡର ମହାନ ବୋଲର ଜେମ୍ସ ଆଣ୍ଡରସନ ନିଜ କ୍ୟାରିଅରର ଶେଷ ଟେଷ୍ଟ ମ୍ୟାଚ ଖେଳୁଛନ୍ତି । ଇଂଲଣ୍ଡ- ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ ଲଣ୍ଡନସ୍ଥିତ ଲଡର୍ସରେ ଖେଳାଯାଉଛି । ଏହା ନିଜ ଖେଳ ଜୀବନର ଅନ୍ତିମ ମ୍ୟାଚ ଅଟେ ଆଣ୍ଡରସନଙ୍କ ପାଇଁ । ନିଜର ଅନ୍ତିମ ମ୍ୟାଚରେ ଇତିହାସ ରହିଛନ୍ତି ଏହି ବ୍ରିଟିଶ ବୋଲର । ତାହାସହ ବିଶ୍ୱରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି । ଜେମ୍ସ ଆଣ୍ଡରସନ କରିଥିବା ଏହି ମହାରେକର୍ଡ ପୂର୍ବରୁ କୌଣସି ବି ଫାଷ୍ଟ ବୋଲର କରି ନ ଥିଲେ ।

ପ୍ରକାଶଥାଉ ଯେ, ଜେମ୍ସ ଆଣ୍ଡରସନ ଟେଷ୍ଟ କ୍ରିକେଟରେ ୪୦,୦୦୦ ବଲ ପକାଇବାରେ ପ୍ରଥମ ଦ୍ରୁତ ବୋଲର ହୋଇଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ଏହି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ତାଙ୍କ ପଛରେ ଏହି ତାଲିକାରେ ରହିଛନ୍ତି ତାଙ୍କର ସହଯୋଗୀ ତଥା ଇଂଲଣ୍ଡର ଫାଷ୍ଟ ବୋଲର ଷ୍ଟୁଅର୍ଟ ବ୍ରଡ । ସେ ଟେଷ୍ଟ ମ୍ୟାଚରେ ପ୍ରାୟ ୩୩,୬୯୮ ଟି ବଲ ପକାଇଛନ୍ତି । ସେହିଭଳି ମୋଟ ଉପରେ ଟେଷ୍ଟ ମ୍ୟାଚରେ ସର୍ବାଧିକ ବଲ ପକାଇବାର ବିରଳ ରେକର୍ଡ ରହିଛି ଶ୍ରୀଲଙ୍କାର ଯାଦୁକରୀ ବୋଲିଂ କରୁଥିବା ପୂର୍ବତନ ସ୍ପିନର ମୁଥେୟା ମୁରଲୀଧରନଙ୍କ ନାଁରେ । ସେ ତାଙ୍କ ଟେଷ୍ଟ ମ୍ୟାଚ ଜୀବନରେ ମୋଟ ଉପରେ ପ୍ରାୟ ୪୪,୦୩୯ ଟି ବଲ ପକାଇଛନ୍ତି । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଭାରତୀୟ ସ୍ପିନର ଅନିଲ କୁମ୍ବଲେ । ଅନିଲ ପ୍ରାୟ ୪୦, ୮୫୦ ଟି ବଲ ପକାଇଛନ୍ତି ନିଜ ଟେଷ୍ଟ କ୍ୟାରିଅର ମଧ୍ୟରେ । ତାପରକୁ ଅଛନ୍ତି ଲେଜଣ୍ଡରୀ ଅଷ୍ଟ୍ରେଲିୟ ସ୍ପିନର ଶେନ ୱାର୍ନ । ସେ ଟେଷ୍ଟରେ ମୋଟ ୪୦,୭୦୫ ଟି ବଲ ପକାଇଛନ୍ତି । ମୋଟ ଉପରେ ଜେମ୍ସ ଆଣ୍ଡରସନ ଏହି ଟେଷ୍ଟ ବଲ ପକାଇବା ତାଲିକାରେ ଚତୁର୍ଥ ସ୍ଥାନରେ ଥିବାବେଳେ ଦ୍ରୁତ ବୋଲର ଭାବରେ ପ୍ରଥମ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.