fbpx

ଭାରତରେ ସନ୍ଧାନ ହେଲା ଦୁନିଆର ସବୁଠାରୁ ବିଷାକ୍ତ ସାପ! ଆସାମରେ ଦୃଶ୍ୟମାନ ହେଲା ‘ହ୍ୟାରୀ ପୋଟର’ ଫିଲ୍ମର ସବୁଜ ରଙ୍ଗର ସାପ

ନୂଆଦିଲ୍ଲୀ: ହଲିଉଡ୍ ଫିଲ୍ମ ‘ହ୍ୟାରୀ ପୋଟର’ରେ ଦୃଶ୍ୟମାନ ହୋଇଥିବା ସବୁଜ ରଙ୍ଗର ସାପ ସାଲାଜର ସ୍ଲେଥେରିନ ଆସାମରୁ ମିଳିଛି । ସବୁଜ ରଙ୍ଗର ଏହି ଆକର୍ଷଣୀୟ ସାପ ସାଲାଜାର ପିଟ ଭାଇପରକୁ କାଜୀରଙ୍ଗା ଜାତୀୟ ଉଦ୍ୟାନରୁ ସନ୍ଧାନ କରାଯାଇଛି । ଏହା ଦୁନିଆର ସବୁଠାରୁ ବିଷାକ୍ତ ସାପ ମଧ୍ୟରେ ଗୋଟିଏ ବୋଲି କୁହାଯାଏ । ସାଲାଜାର ପିଟ ଭାଇପରକୁ ହ୍ୟାରୀ ପୋଟର ଫିଲ୍ମରେ ଦେଖାଯାଇଥିବା ବେଳେ ସେଥିରେ ତା’ର ନାମ ସାଲାଜାର ସ୍ଲିଥେରିନ ରଖାଯାଇଥିଲା । ଏହି ସାପର ଆଖି ଓ ନାକ ମଧ୍ୟରେ ହୀଟ-ସେନ୍ସିଂ ପିଟ ଅଙ୍ଗ କାରଣରୁ ତାକୁ ଚିହ୍ନଟ କରାଯାଇଥାଏ ।

କାଜିରଙ୍ଗା ଜାତୀୟ ଉଦ୍ୟାନରେ ସବୁ ଋତୁରେ ନୂଆ ପ୍ରଜାତିର ଜୀବନର ସନ୍ଧାନ କରାଯାଇଥାଏ । ଏହି ପିଟ ଭାଇପର ଜାତୀୟ ରାଜପଥରେ ଦେଖିବାକୁ ମିଳିଥିଲା । ଜୀବ ପ୍ରଜାତି କ୍ରମାଗତ ଭାବେ ବୃଦ୍ଧି କାରଣରୁ କାଜିରଙ୍ଗା ଜାତୀୟ ଉଦ୍ୟାନ ଏକ ଶାନଦାର ପର୍ଯ୍ୟଟନ ସ୍ଥଳରେ ପରିଣତ ହୋଇପାରିଛି । ଏହି ଉଦ୍ୟାନକୁ ୨୪ରୁ ଅଧିକ ଉଭୟଚର ଓ ୭୪ରୁ ଅଧିକ ସାପ, ଝିଣ୍ଟିପିଟିର ପ୍ରଜାତି ରହିଥାନ୍ତି । ଏହି ସାପର ସର୍ବାଧିକ ଲମ୍ବ ୧.୬୦ ଫୁଟ ହୋଇଥିବା ବେଳେ ଏହା ସବୁଜ ରଙ୍ଗର ହୋଇଥାଏ । ମାତ୍ର ତା’ର ଶରୀରରେ ଲାଲ, ନାରଙ୍ଗୀ, ହଳଦିଆ ଓ ସ୍ୱର୍ଣ୍ଣ ରଙ୍ଗର ମାର୍କ ରହିଥାଏ । ତା’ର ମୁଣ୍ଡର ରଙ୍ଗ ଗଭୀର ସବୁଜ ହୋଇଥାଏ । ବେଙ୍ଗାଲୁରୁ ନ୍ୟାସନାଲ ସେଣ୍ଟର ଫର ବାୟୋଲିକାଲ ସାଇନ୍ସେସ, ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟି ଓ ଅନ୍ୟ ଗବେଷକଙ୍କ ଦ୍ୱାରା ଏହାକୁ ଠାବ କରାଯାଇଛି । ଜୁସିଷ୍ଟ ମେଟ୍ରିକ୍ସ ଆଣ୍ଡ ଇଭୋଲ୍ୟୁସନରେ ଏ ବାବଦରେ ପ୍ରକାଶିତ ହୋଇଛି ।

 

 

Get real time updates directly on you device, subscribe now.