fbpx

ବିଜେଡିରେ ବହୁ ମୂଷା ଥିଲେ : ନୃସିଂହ ଚରଣ

 

ଓଡିଶା ଭାସ୍କର: ବିଜେଡିରେ ଅନେକ ମୂଷା ଥିଲେ ବୋଲି କଟାକ୍ଷ କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପରଜଙ୍ଗର ବିଜେଡି ପ୍ରାର୍ଥୀ ହୋଇଥିବା ନୃସିଂହ ଚରଣ ସାହୁ । ବିଜେଡିର ପରାଜୟର କାରଣ ଖୋଦ ବିଜେଡି ବୋଲି କହି ସେ ଏକ ବଡ ବୟାନ ଦେଇଛନ୍ତି । ବେଶୀ ଦିନ କ୍ଷମତାରେ ରହିଲେ ଆତ୍ମଗର୍ବ ଆସେ ଓ ଲୋକେ ଅତ୍ୟଧିକ ଆତ୍ମବିଶ୍ୱାସୀ ହୋଇ ପଡନ୍ତି । ଯାହାକି ଜଣକୁ ପରାଜୟର ଗ୍ଲାନି ଦେଇଥାଏ ବୋଲି ନୃସିଂହ କହିଛନ୍ତି । ବିଜେଡି ଭୋଟରେ ନ ଲାଗି ପ୍ରାର୍ଥୀଙ୍କୁ ନେଇ ଲଢୁଥିଲା । ଫଳରେ ତାହା ନିଜ ପାଇଁ ବୁମେରାଂ ହୋଇ ଉଠିଲା । ଅନେକ କ୍ଷେତ୍ରରେ କେବଳ ବିଜେଡି ନିଜ ପ୍ରାର୍ଥୀ ରାଜନୀତି କଲା ଓ ସେ ପରାସ୍ତ ହେଲା ବୋଲି ଏହି ବିଜେଡି ରାଜନେତା ଜଣାଇଛନ୍ତି । ବହୁସ୍ଥାନରେ ବିଜେଡି ନେତା ହିଁ ବିଜେଡିକୁ ମାତ ଦେଲେ । ଫଳରେ ବିଜେପି ଆଜି କ୍ଷମତାର ସ୍ୱାଦ ଚାଖିଛି ବୋଲି ମଧ୍ୟ ସେ କଟାକ୍ଷ କରି କହିଛନ୍ତି ।

Get real time updates directly on you device, subscribe now.