fbpx

SVNIRTAR ପକ୍ଷରୁ ବିଜ୍ଞପ୍ତି: କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଅଧିନରେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଚାକିରି ସନ୍ଧାନରେ ରହିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । କଟକ ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ଥଇଥାନ ଟ୍ରେନିଂ ଓ ଗବେଷଣା ପ୍ରତିଷ୍ଠାନ (ଏସଭିରତାର) ପକ୍ଷରୁ କିଛି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଅଧିନରେ ଏହି ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କୁ ଅଗଷ୍ଟ ମାସ ୨ ତାରିଖ ସୁଦ୍ଧା ଏଥିପାଇଁ ଆବେଦନ କରିବାକୁ ପଡ଼ିବ ।

ଇଲେକ୍ଟ୍ରିସିଆନ ଗ୍ରେଡ-୨ ଓ କୁକ୍ ପଦ ଖାଲି ରହିଛି । ଇଲେକ୍ଟ୍ରିସିଆନ ଗ୍ରେଡ-୨ ପଦ ପାଇଁ ପ୍ରାର୍ଥୀ ଆଇଟିଆଇ ସାର୍ଟିଫିକେଟ ସହିତ କ୍ଲାସ ‘ବି’ / ‘ଏ’ କ୍ଲାସ ୱାର୍କମ୍ୟାନ ପରମିଟ ସହିତ ୨ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ । କିମ୍ବା ଅଣ ଆଇଟିଆଇ ପ୍ରାର୍ଥୀ ‘ବି’ / ‘ଏ’ ୱାର୍କମ୍ୟାନ ପରମିଟ ସହିତ ୭ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ସର୍ବାଧିକ ବୟସ ଯୋଗ୍ୟତା ୩୦ ବର୍ଷ ହୋଇଥିବା ଆବଶ୍ୟକ ।

ସେହିପର କୁକ୍ ପଦ ପାଇଁ ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତି ଶିକ୍ଷାନୁଷ୍ଠାନ ବା ବିଶ୍ୱବିଦ୍ୟାଳୟରୁ ମାଟ୍ରିକ୍ ପାସ କରିବା ସହିତ କ୍ୟାଟେରିଂରେ ସାର୍ଟିଫିକେଟ କୋର୍ସ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ଗୋଟିଏ ସରକାରୀ ବିଭାଗ / ଅଣ୍ଡରଟେକିଂରେ କ୍ୟାଟେରିଂ କାର୍ଯ୍ୟରେ ୧ ବର୍ଷର ଅଭିଜ୍ଞତା ରହିଥିବା ଜରୁରୀ । ପ୍ରାର୍ଥୀଙ୍କର ସର୍ବାଧିକ ବୟସ ଯୋଗ୍ୟତା ୨୭ ବର୍ଷ ହୋଇଥିବା ଆବଶ୍ୟକ । ଲିଖିତ ପରୀକ୍ଷା ପାଇଁ ୮୦ ପ୍ରତିଶତ ମାର୍କ, ଶିକ୍ଷାଗତ ଯୋଗ୍ୟତା ପାଇଁ ୧୦ ପ୍ରତିଶତ ମାର୍କ ଓ ଅଭିଜ୍ଞତା ପାଇଁ ପ୍ରାର୍ଥୀଙ୍କୁ ୧୦ ପ୍ରତିଶତ ମାର୍କ ପ୍ରଦାନ କରାଯିବ ।

ନୋଟିଫିକେସନ ଲିଙ୍କ: https://svnirtar.nic.in/sites/default/files/recruitement/Recruitment%20Notice%20AD6B10%2005%202024.pdf

ଆବେଦନ ଫର୍ମ ଲିଙ୍କ: https://svnirtar.nic.in/sites/default/files/Recruitement/Application%20Form%20%284%29.pdf

Get real time updates directly on you device, subscribe now.