fbpx

EURO 24: କିଏ ଜିତିବ ୟୁରୋକପ! କ’ଣ ରହିଛି ସମୀକରଣ, ୫୮ ବର୍ଷ ପରେ ଇଂଲଣ୍ଡ ପିନ୍ଧିବ କି ବିଜୟ ମୁକୁଟ….

ଓଡିଶା ଭାସ୍କର: ବର୍ଲିନ- ଜର୍ମାନୀର ଗୋଟିଏ ପାର୍ଶ୍ବରୁ ଆଉ ଗୋଟିଏ ପାର୍ଶ୍ବକୁ ଲମ୍ବିକି ଥିବା  ମହାଦ୍ୱୀପୀୟ ପ୍ରତିସ୍ପର୍ଦ୍ଧା ଗୋଟିଏ ମାସର ଲମ୍ବା ଅବଧାନ ପରେ ଫାଇନାଲରେ ପହଞ୍ଚିଛି । ୟୁରୋକପ ୨୦୨୪ ର ଫାଇନାଲ ଫାଇଟ ଓଲିମ୍ପିୟାଷ୍‌ଟେଡିୟନରେ ଖେଳାଯିବ । ଉଭୟ ସ୍ପେନ ଓ ଇଂଲଣ୍ଡ ଏହି ଫାଇନାଲ ଲଢେଇରେ ଅବତ୍ତୀର୍ଣ୍ଣ ହେବେ । ସମ୍ମାନର ଲଢେଇ ହେବେ ସ୍ୱାଭିମାନ ବଞ୍ଚାଇବା ପାଇଁ ଆଉ ବିଶ୍ୱ ଦେଖିବ ୟୁରୋକପର ମହାଲଢେଇ ।

ସ୍ପେନ ଏଥର ୟୁରୋକପରେ ଶ୍ରେଷ୍ଠ ଦଳ ଭାବରେ ପରିଚିତ ହେଉଛି । ସେପଟେ ଇଂଲଣ୍ଡ ମଧ୍ୟ ସେମିଫାଇନାଲରେ ନିଜର ସର୍ବଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଛି । ସେଥିପାଇଁ ଉଭୟ ଦଳ ଚାପରେ ରହିବେନି । ମାତ୍ର କେହି କାହାକୁ ହାଲକାରେ ବି ନେବେ ନାହିଁ । ସ୍ଲୋଭାକିଆ ବିପକ୍ଷରେ ଜୁଡ ବେଲିଙ୍ଗହୈମଙ୍କ ୯୫ ତମ ମିନିଟର ଗୋଲ, ସ୍ୱିଜରଲାଣ୍ଡ ବିପକ୍ଷରେ ପେନାଲ୍ଟି ସୁଟଆଉଟ ବିଜୟ ତଥା ନେଦରଲାଣ୍ଡ ବିପକ୍ଷରେ ଓଲି ୱାଟକିଙ୍ଗସଙ୍କ ୯୦ ମିନିଟର ବିଜୟୀ ଗୋଲ ଇଂଲଣ୍ଡ ଦଳର ପରିଭାଷା କ’ଣ ଫୁଟବଲ ପ୍ରେମୀ ଦେଖି ସାରିଛନ୍ତି ।

ସେହିଭଳି ସ୍ପେନର ମଧ୍ୟ ଖେଳର କଳନା କରାଯାଇ ନ ପାରେ । ନିଜର ଦମଦାର ଖେଳ ପ୍ରଦର୍ଶନ କରି ଟୁର୍ଣ୍ଣାମେଣ୍ଟରେ ସ୍ପେନ ୬ ବିଜୟ ପାଇଛି । ତାହାସହ ଘରୋଇ ଆୟୋଜକ ତଥା ଶକ୍ତିଶାଳୀ ଜର୍ମାନୀ ଦଳକୁ ମଧ୍ୟ ଧୂଳି ଚାଟିବାକୁ ବାଧ୍ୟ କରିଛି । ଏହାବାଦ ନକଆଉଟରେ ଫ୍ରାନ୍ସଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଥିଲା ସ୍ପେନର ପ୍ରଦର୍ଶନ ।

ନିକୋ ୱିଲିୟନ୍ସ ଓ ଲେମିନ ୟାମଲଙ୍କ ପଡିଆରେ କମାଲ ଦେଖିକି ଯେକେହି ସ୍ତବ୍ଧ ହେଉଛନ୍ତି । ସ୍ପେନ ଓ ଇଂଲଣ୍ଡ ପ୍ରତ୍ୟେକ ଖେଳାଳି ଫାଇନାଲ ଫାଇଟରେ ୯୦ ମିନିଟ ପାଇଁ ନିଜ ଜୀବନକୁ ବାଜି ଲଗାଇବେ ୟୁରୋକପକୁ ହାତରେ ତୋଳି ଧରିବା ପାଇଁ । କିନ୍ତୁ, ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବେ ଇଂଲଣ୍ଡର ବୁକାୟୋ ସାକା ଓ ଡୈନି ଓଲମୋ । ତେବେ ଦେଖିବାକୁ ରହିଲା କିଏ ଜିତିବ ୟୁରୋ ବାଜି ୨୦୨୪ ! ଆସନ୍ତା ଜୁଲାଇ ୧୫ ତାରିଖରେ ବିଶ୍ୱ ଦେଖିବ ନୂଆ ୟୁରୋ ଚାମ୍ପିଅନ ।

Get real time updates directly on you device, subscribe now.