fbpx

ରୁଟି ଖାଉଥିବା ବ୍ୟକ୍ତିମାନେ ଧ୍ୟାନ ଦିଅନ୍ତୁ : ଆପଣ ଏହି ଭୁଲ କରୁଛନ୍ତି କି ?

ଓଡିଶା ଭାସ୍କର: ସାଧାରଣତଃ କିଛି ଲୋକମାନେ ମଇଦାରେ ପ୍ରସ୍ତୁତି ରୁଟି ଖାଇବାକୁ ପସନ୍ଦ କରନ୍ତି । ଚକଟା ଅଟା ବଳିଲେ ଏହାକୁ  ଫ୍ରିଜରେ ରଖି ଦେଇଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ମଇଦାରେ ପ୍ରସ୍ତୁତ ଅଟା ଶରୀର ପାଇଁ ବିପଦଜ୍ଜନକ ହୋଇଥାଏ । ବଳିଥିବା ଚକଟା ଅଟାକୁ ଫ୍ରିଜରେ ରଖିଲେ ତାଠାରୁ ଆହୁରି କ୍ଷତିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହା କାହିଁକି କ୍ଷତି କାରକ ..

ଜାଣି ରଖନ୍ତୁ , ଫ୍ରିଜରେ ରହିଥିବା ଅଟାରେ ରୁଟି ପ୍ରସ୍ତୁତ କଲେ ଏଥିରୁ କୌଣସି ପ୍ରକାରର ପୋଷକ ତତ୍ତ୍ୱ ମିଳିନଥାଏ । ଫ୍ରିଜରେ ଅଧିକ ସମୟ ଧରି ଅଟା ରହିବାରୁ ସେଥିରେ ଥିବା ଭିଟାମିନ ଏବଂ ମିନେରାଲ୍ସ ଗୁଡିକ ନଷ୍ଟ ହୋଇଯାଏ । ଏହି ଅଟାରେ ବନିଥିବା ରୁଟିକୁ ଖାଇବା ପରେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ସେହିପରି ଚକଡା ହୋଇଥିବା ଅଟା ଫ୍ରିଜରେ ରଖିବା ପରେ ଏଥିରେ ଫିମ୍ପି ମାରିଯାଇଥାଏ । ପୁଣି ଏହି ଫିମ୍ପି ଅଟାରେ ରୁଟି ପ୍ରସ୍ତୁତି କରିବା ପରେ ଫୁଡ ପଏଜନ ହେବାର ଆଶଙ୍କା ଅଧିକ ହୋଇଥାଏ । ଏହାଦ୍ୱାରା ବାନ୍ତି, ଝାଡା, ପେଟ ଯନ୍ତ୍ରଣା ଇତ୍ୟାଦି ସମସ୍ୟା ହୋଇଥାଏ । ଏଥିସହ ଫ୍ରିଜରେ ରହିଥିବା ଅଟାରେ ପ୍ରସ୍ତୁତ ରୁଟିର ସ୍ୱାଦ କମ ଲାଗେ । ଫ୍ରିଜରେ ଥବା ଅଟାରୁ ରୁଟି ପ୍ରସ୍ତୁତ କଲେ ଏହା ହଜମ ପକ୍ରିୟାରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରିଥାଏ । ବିଭିନ୍ନ ପେଟ ଜନିତ ଗ୍ୟାସ, ଏସିଡିଟି ଭଳି ସମସ୍ୟା କରାଇଥାଏ । କାରଣ ଚକଡା ହୋଇ ରହିଥିବା ରୁଟିରେ ଶିଘ୍ର ଜୀବାଣୁ ବ୍ୟାପିଥାନ୍ତି ଯାହା ଖାଇବା ଦ୍ୱାରା ଅନେକ ପ୍ରକାରର ଶାରିରୀକ ସମସ୍ୟା ଦେଖା ଦେଇଥାଏ ।

କେମିତି କରିବା ସମସ୍ୟାର ସମାଧାନ?

ମନ ରଖନ୍ତୁ ରୁଟି ଖାଇବା ପୂର୍ବରୁ ସାଙ୍ଗେ ସାଙ୍ଗେ ଚକଟି ଶିଘ୍ର ଖାଆନ୍ତୁ । ଏହାଦ୍ୱାରା ଠିକ ପୋଷକ ତତ୍ତ୍ୱ ମିଳିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବ । ସବୁବେଳେ ଆବଶ୍ୟକ ମାତ୍ରାରେ ଅଟା ଦଳନ୍ତୁ । ଯଦି ଏହା ବଳେ ତେବେ ତୁରନ୍ତ ଏହାକୁ ପ୍ରସ୍ତୁତ କରି ଖାଇ ନିଅନ୍ତୁ । ସବୁବେଳେ ପରିଷ୍କାର ବାସନରେ ରୁଟିକୁ ଚକଟିବା ସହ ହାତକୁ ଭଲ ଭାବରେ ପରିଷ୍କାର ରଖନ୍ତୁ । ଏପରି କରିବା ଦ୍ୱାରା ବ୍ୟାକ୍ଟେରିଆ ଏବଂ ଫିମ୍ପିର ସମସ୍ୟା ଦେଖା ଯାଇନଥାଏ । ତେଣୁ ସବୁବେଳେ ସତର୍କ ରହି କାମ କରନ୍ତୁ ।

Get real time updates directly on you device, subscribe now.