fbpx

ୱିମ୍ବଲଡନ ପୁରୁଷ ଏକକ ଫାଇନାଲ: ଲଢୁଛନ୍ତି କାର୍ଲୋସ ଅଲ୍କାରାଜ ଓ ନୋବାକ ଜୋକୋବିଚ…

ଓଡିଶା ଭାସ୍କର: ଡିଫେଣ୍ଡିଂ ଚାମ୍ପିଅନ କାର୍ଲୋସ ଅଲ୍କାରାଜଙ୍କ ସହ ୱିମ୍ବଲଡନ ପୁରୁଷ ଏକକରେ ଲଢୁଛନ୍ତି ଟେନିସ ଷ୍ଟାର ନୋବାକ ଜୋକୋବିଜ । ଏହି ଫାଇନାଲ ଫାଇଟ ଅଲ ଇଂଲଣ୍ଡ କ୍ଲବର ପ୍ରତିଷ୍ଠିତ ସେଣ୍ଟର କୋର୍ଟରେ ଖେଳାଯାଉଛି ।
ଏହା କାର୍ଲୋସଙ୍କ ଦ୍ୱିତୀୟ ୱିମ୍ବଲଡନ ଫାଇନାଲ । ସେପଟେ ନୋବାକ ଜୋକୋବିଚ ସାତଥର ୱିମ୍ବଲଡନ ଚାମ୍ପିଅନ ଅଟନ୍ତି । ଫାଇନାଲ ଜିତି ଏହି ସୁପରଷ୍ଟାର ଟେନିସ ଲେଜେଣ୍ଡ ରୋଜର ଫେଡେରରଙ୍କ ସର୍ବକାଳୀନ ୱିମ୍ବଲଡନ ବିଜୟର ବରାବାର କରିବାର ରେକର୍ଡ କରିବାକୁ ଖେଳିବେ । ଫେଡରର ମୋଟ ଉପରେ ୮ ଥର ୱିମ୍ବଲଡନ ଚାମ୍ପିଅନ ହୋଇଛନ୍ତି । ଆଜି ଏହି ଫାଇନାଲ ଫାଇଟରେ କାର୍ଲୋସଙ୍କୁ ମାତ ଦେଲେ ଜୋକୋବିଜ ଏହି ରେକର୍ଡର ସମକକ୍ଷ ହେବେ ।
ସେପଟେ ସେମିଫାଇନାଲରେ ଅଲ୍କାରାଜଙ୍କ ମୁକାବିଲା ଚତୁର୍ଥ ସିଟପ୍ରାପ୍ତ ଡେନିୟଲ ମେଦବେଦେବଙ୍କ ସହ ହୋଇଥିଲା । ପ୍ରଥମ ସେଟ ହାରିବା ପରେ ସ୍ପେନିସ ଖେଳାଳି କାର୍ଲୋସ ଜୋରଦାର ପ୍ରତ୍ୟାବର୍ତ୍ତନ ସହ ୬-୭, ୬-୩, ୬-୪ ତଥା ୬-୪ ସେଟରେ ବିଜୟ ହାସଲ କରି ଫାଇନାଲ ଫାଇଟରେ ଅବତ୍ତୀର୍ଣ୍ଣ ହୋଇଥିଲେ । ସେହିଭଳି ଜୋକୋବିଜ ସେମିଫାଇନାଲରେ ଇଟାଲୀୟ ଟେନିସ ଖେଳାଳି ଲୋରେଞ୍ଜୋ ମୁସେଟ୍ଟିଙ୍କୁ ସିଧାସଳଖ ୬-୪, ୭-୬, ୬-୪ ସେଟରେ ପରାସ୍ତ କରି ଫାଇନାଲ ପହଞ୍ଚିଥିଲେ ।
ଅଲ୍କାରାଜ ଓ ଜୋକୋବିଚଙ୍କ ମଧ୍ୟରେ ଗତଥର ମଧ୍ୟ ସେଣ୍ଟର କୋର୍ଟରେ ରୋମାଞ୍ଚକର ଫାଇନାଲ ଫାଇଟ ହୋଇଥିଲା । ଏହି ମାରାଥନ ଫାଇନାଲ ପ୍ରାୟ ୪ ଘଣ୍ଟା ୪୨ ମିନିଟ ପର୍ଯ୍ୟନ୍ତ ଖେଳାଯାଇଥିଲା । ରୋମାଞ୍ଚକର ମୁକାବିଲାରେ ଅଲ୍କାରାଜ ଟେନିସ ଷ୍ଟାର ଜୋକୋବିଚଙ୍କୁ ମାତ ଦେଇ ନିଜର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟ୍ରଫି ଜିତିଥିଲେ । ଆଜି ମଧ୍ୟ ଏ ଲଢେଇ ଦେଖିବାକୁ ପାଇ ପାରନ୍ତି ଟେନିସପ୍ରେମୀ । ଜୋକୋବିଚ ଗତଥରର ଚମ୍ପିଅନ ଅଲ୍କାରାଜଙ୍କ ମଧୁର ବିଜୟର ପ୍ରତିଶୋଧ ନେଇ ପାରନ୍ତି । ସେପଟେ କାର୍ଲୋସ ଅଲ୍କାରାଜ ନିଜର ଟ୍ରଫି ବଞ୍ଚାଇବାକୁ ଖେଳିବେ ।

Get real time updates directly on you device, subscribe now.