fbpx

ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷିତ! ନଭେମ୍ବରରେ ଟ୍ରମ୍ପ-ବାଇଡେନ ମୁକାବିଲା

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣ ହେବାର ଦୁଇଦିନ ନ ପୂରୁଣୁ ଆସିଛି ଏକ ବଡ଼ ଖବର । ଟ୍ରମ୍ପ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷିତ ହୋଇଛନ୍ତି । ଏହାଫଳରେ ଟ୍ରମ୍ପ ତୃତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ୨୦୧୬ରେ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ଲାଭ କରିଥିବା ବେଳେ ୨୦୨୦ରେ ଜୋ ବାଇଡେନଙ୍କ ଠାରୁ ପରାସ୍ତ ହୋଇଥିଲେ । ଆସନ୍ତା ନଭେମ୍ବରରେ ଟ୍ରମ୍ପ ଓ ବାଇଡେନଙ୍କ ମଧ୍ୟରେ ପୁଣି ଥରେ ମୁକାବିଲା ହେବ ।

ସେହିପରି ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଜେଡି ଭାନ୍ସଙ୍କ ନାମ ଘୋଷଣା କରିଛନ୍ତି ଟ୍ରମ୍ପ । ଓହାୟୋ ସିନେଟର ଜେଡି ଭାନ୍ସ ଆମେରିକାର ଉପରାଷ୍ଟ୍ରପତି ପଦ ପାଇଁ ସର୍ବଶ୍ରେଷ୍ଠ ପ୍ରାର୍ଥୀ ବୋଲି ଟ୍ରମ୍ପ କହିଛନ୍ତି । ଏନେଇ ନିଜର ଟ୍ରୁଥ ସୋସିଆଲ ନେଟୱାର୍କରେ ଟ୍ରମ୍ପ ଏକ ପୋଷ୍ଟ ଶେୟାର କରିଛନ୍ତି । ଦୀର୍ଘ ସମୟ ଧରି ବିଚାର ବିମର୍ଶ କରିବା ସହିତ ଅନ୍ୟ ଲୋକଙ୍କ ପ୍ରତିଭା ଉପରେ ଗଭୀର ଭାବେ ଆଲୋଚନା କରିବା ପରେ ସେ ଏହି ନିଷ୍ପତ୍ତି ନେଇଥିବା ଟ୍ରମ୍ପ କହିଛନ୍ତି । ୩୯ ବର୍ଷୀୟ ଜେଡି ୨୦୦୧୬ରେ ନିଜର ସଂସ୍ମରଣ ହିଲବିଲୀ ଏଲଜେୀର ପ୍ରକାଶନକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ୨୦୨୨ରେ ତାଙ୍କୁ ସିନେଟ ସିନେଟ ଭାବେ ଚୟନ କରାଯାଇଥିଲା ।

Get real time updates directly on you device, subscribe now.