fbpx

ମୁଖ୍ୟମନ୍ତ୍ରୀ ପକ୍ଷରୁ ସୂଚନା: ଆରସିଡି ସ୍ତରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିୟମିତ ଭାବେ ଲୋକଙ୍କ ଠାରୁ ଅଭିଯୋଗ ଶୁଣି ତା’ର ସମାଧାନ କରୁଛନ୍ତି । ଏଥିସହିତ ଶୁଣାଣି ପୋର୍ଟାଲକୁ ଅପଡେଟ୍ କରିବା ସହିତ ଦୈନିକ ରିପୋର୍ଟ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଉଛନ୍ତି । ତେବେ କେବଳ ରାଜଧାନୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସୀମିତ ରହିବନି । ଆଗକୁ ଆରଡିସି ସ୍ତରରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କରାଯିବ । ଏନେଇ ରାଜ୍ୟ ସରକାର ବିଚାର ବିମର୍ଶ କରୁଛନ୍ତି । ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ସମୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏନେଇ ସୂଚନା ଦେଇଛନ୍ତି ।

ଏ ବାବଦରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ରାଜ୍ୟରେ ଦୀର୍ଘ ୧୬ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି କରିବାକୁ ଆସୁନଥିଲେ । ଫଳରେ ଜନସାଧାରଣଙ୍କର ସମସ୍ୟାର ସମାଧାନ ଠିକରେ ହୋଇ ପାରୁନଥିଲା । ଆମ ସରକାର କ୍ଷମତାକୁ ଆସିବା ପରେ ଲୋକଙ୍କ ଅଭିଯୋଗକୁ ଅଗ୍ରାଧିକାର ଦେଇ ସମାଧାନର ବାଟ ବାହାର କରୁଛି । ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଲୋକଙ୍କର ସମସ୍ୟାର ସମାଧାନ ହୋଇ ପାରୁଛି । ଆଗକୁ ଏହି ବ୍ୟବସ୍ଥାରେ ଆହୁରି ସରଳୀକରଣ କରାଯିବ । ଆଗକୁ ଆରଡିସି ସ୍ତରରେ ଶୁଣାଣି କରିବା ପାଇଁ ପ୍ରସ୍ତୁତି ଚାଲିଛି ।

Get real time updates directly on you device, subscribe now.