fbpx

ଡୋଡାରେ ୪ ଯବାନ ସହିଦ ଘଟଣା; ରାହୁଲ ଗାନ୍ଧୀ କହିଲେ- ‘ବିଜେପିର ଭୁଲ ନୀତିର ପରିଣାମ ଭୋଗୁଛନ୍ତି ଯବାନ’

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ସେନାର ଜଣେ କ୍ୟାପଟେନଙ୍କ ସମେତ ୪ ଜଣ ଯବାନ ସହିଦ ହୋଇଛନ୍ତି। ଭାରତୀୟ ସେନା ସୋସିଆଲ ମିଡିଆ ୱେବସାଇଟ ଏକ୍ସରେ ଟୁଇଟ୍ କରି କହିଛି ଯେ ଉଗ୍ରବାଦୀଙ୍କ ସହ ଏନକାଉଣ୍ଟରରେ କ୍ୟାପଟେନ ବ୍ରଜେଶ ଥାପା, ନାଏକ ଡି ରାଜେଶ, ସିପାହୀ ବିଜେନ୍ଦ୍ର ଏବଂ ସିପାହୀ ଅଜୟ ନିହତ ହୋଇଛନ୍ତି। ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏବଂ ଭାରତୀୟ ସେନାର ସମସ୍ତ ପଦବୀ ତରଫରୁ କ୍ୟାପଟେନ ବ୍ରଜେଶ ଥାପା, ନାଏକ ଡି ରାଜେଶ, ସିପାହୀ ବିଜେନ୍ଦର ଏବଂ ସିପାହୀ ଅଜୟଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି।

ଯେଉଁମାନେ ଡୋଡାର ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ଆତଙ୍କବାଦ ବିରୋଧୀ ଅଭିଯାନ ସମୟରେ କର୍ତ୍ତବ୍ୟ ପାଳନ ସମୟରେ ସହିଦ ହୋଇଥିଲେ। ଏହି ଦୁଃଖସମୟରେ ଶୋକସନ୍ତପ୍ତ ପରିବାର ସହ ଭାରତୀୟ ସେନା ଏକଜୁଟ ହୋଇ ଛିଡ଼ା ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସୋସିଆଲ ମିଡିଆ ୱେବସାଇଟ ଏକ୍ସରେ ଏକ ପୋଷ୍ଟରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆତଙ୍କବାଦ ବିରୋଧୀ ଅଭିଯାନ ଚାଲିଛି ଏବଂ ଆତଙ୍କବାଦକୁ ନିପାତ କରିବା ପାଇଁ ଆମ ସୈନିକମାନେ ପ୍ରତିଶ୍ରୁତିବଦ୍ଧ ବୋଲି ରାଜନାଥ ସିଂହ କହିଛନ୍ତି।

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ୍ସରେ ଏକ ପୋଷ୍ଟରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ରାହୁଲ ଗାନ୍ଧି ଟ୍ୱିଟ୍ କରି ଲେଖିଛନ୍ତି, “ଆଜି ପୁଣି ଥରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଏନକାଉଣ୍ଟରରେ ଆମ ଯବାନ ସହିଦ ହୋଇଛନ୍ତି। ସହିଦଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି। ଗୋଟିଏ ପରେ ଗୋଟିଏ ଏଭଳି ଭୟଙ୍କର ଘଟଣା ଅତ୍ୟନ୍ତ ଦୁଃଖଦାୟକ ଓ ଚିନ୍ତାଜନକ। ଏହି କ୍ରମାଗତ ଆତଙ୍କବାଦୀ ଆକ୍ରମଣ ଜମ୍ମୁ-କଶ୍ମୀରର ଶୋଚନୀୟ ଅବସ୍ଥାକୁ କହୁଛି। ବିଜେପିର ଭୁଲ ନୀତିର ଶିକାର ହେଉଛନ୍ତି ଆମ ଯବାନ ଓ ସେମାନଙ୍କ ପରିବାର।”

Get real time updates directly on you device, subscribe now.