fbpx

ଓମାନ ସାମୁଦ୍ରିକ ତଟରେ ଓଲଟିଲା ତେଲ ଟ୍ୟାଙ୍କର, ୧୩ ଭାରତୀୟ ସମେତ ଚାଳକ ନିଖୋଜ

ନୂଆଦିଲ୍ଲୀ: ଓମାନ ତଟରେ ବୁଡିଯାଇଥିବା ‘କୋମାରୋସ’ ଧ୍ୱଜବାଲା ତେଲ ଟ୍ୟାଙ୍କରରେ ୧୬ ଜଣ ସଦସ୍ୟ ବିଶିଷ୍ଟ ସଦସ୍ୟ ଏବେ ନିଖୋଜ ଅଛନ୍ତି । ଦେଶରେ ସମୁଦ୍ରୀ ସୁରକ୍ଷା କେନ୍ଦ୍ରରେ ବୁଡିବାର ଗୋଟିଏ ଦିନ ପରେ ଏହି ସୂଚନା ପ୍ରଦାନ କରାଯାଇଛି । ଓମାନୀ କେନ୍ଦ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ସୂଚନା ପ୍ରଦାନ କରିଛି । ଓମାନ କେନ୍ଦ୍ର କହିଛି ଯେ ‘ପ୍ରେଷ୍ଟିଜ ଫାଲ୍କନ’ ର ଚାଳକ ଦଳରେ ୧୩ ଭାରତୀୟ ସମେତ ଜଣେ ଶ୍ରୀଲଙ୍କାଇ ନାଗରିକ ରହିଥିଲେ ।

ଜାହାଜ ଏବେ ବି ପାଣିରେ ବୁଡି ରହିଛି ଓ ଓଲଟି ପଡିଛି । ତେବେ ଏହା ସ୍ଥିର ହୋଇ ନାହିଁ ଯେ ଜାହାଜ ସ୍ଥିର ଅଛି ନା ନାହିଁ । ଏହି ଟ୍ୟାଙ୍କରଟି ଅଦନ ସାମୁଦ୍ରିକତଟ ଆଡକୁ ଯାଉଥିଲା । ଓମାନର ପ୍ରମୁଖ ସାମୁଦ୍ରିକ ତଟ ଦୁକମ ପାଖରେ ଏହା ଓଲଟି ଗଲା । ଏହା ୨୦୦୭ ମସିହାରେ ନିର୍ମିତ ହୋଇଥିବା ୧୧୭ ମିଟର ଲମ୍ବର ତେଲ ଉତ୍ପାଦ ଟାଙ୍କି ଅଟେ । ଏହିଭଳି ଛୋଟ ଟ୍ୟାଙ୍କର ସାଧାରଣ ଭାବରେ ଛୋଟ ତଟୀୟ ଯାତ୍ରା ପାଇଁ ବ୍ୟବହୃତ କରାଯାଏ ।

ସେପଟେ ଓମାନ ସାମୁଦ୍ରିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏହାର ସ୍ଥିତି ଅନୁଧ୍ୟାନ କରୁଛନ୍ତି । ନିଖୋଜ ଭାରତୀୟଙ୍କୁ ସେମାନେ ଖୋଜିବାର ଅଭିଯାନ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.