୨୦ ଯାଏଁ ପ୍ରବଳ ବର୍ଷା! ଲଘୁଚାପ ଯୋଗୁଁ ୬ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଦେଇଛି IMD

ଭୁବନେଶ୍ୱର: ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପର ଆଶଙ୍କା କରି ଭୁବନେଶ୍ୱର ପାଣିପାଗ ବିଭାଗ ଏହା ସୂଚନା ଦେଇଛି । ଦକ୍ଷିଣ ଛତିଶଗଡ ତଥା ତାହାକୁ ସଂଲଗ୍ନ ବିଦର୍ଭରେ ଏବେ ଲଘୁଚାପ ସକ୍ରିୟ ରହିଛି । ବଙ୍ଗୋପସାଗରରେ ଏହି ଲଘୁଚାପ ୧୮ ତାରିଖରେ ସକ୍ରିୟ ହେବାର ସମ୍ଭାବନା ବେଶୀ । ଯାହା ୧୯ ଓ ୨୦ ତାରିଖରେ ଓଡିଶା ଆଡକୁ ମୁହାଁଇପାରେ । ଫଲରେ ରାଜ୍ୟରେ ଲଘୁଚାପ ଯୋଗୁଁ ଆସନ୍ତା ୨୦ ତାରିଖ ଯାଏଁ ବର୍ଷା ଲାଗି ରହିବ ।

ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ପାଣିପାଗ ବିଭାଗ ଭୁବନେଶ୍ୱର ଆଜି ଏଥିପାଇଁ ୬ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି । ଏହି ୬ ଟି ଜିଲ୍ଲା ହେଉଛି କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ ଓ କଳାହାଣ୍ଡି । ଏହିସବୁ ସ୍ଥାନରେ ପ୍ରାୟ ୭ ସେଣ୍ଟିମିଟରରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ହେବାର ଆଶଙ୍କା ରହିଛି । ସେହିପରି ଆସନ୍ତାକାଲି ମଧ୍ୟ ରାଜ୍ୟର ୯ ଟି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି ଭାରତୀୟ ପାଣିପାଗ ବିଭାଗ ଦ୍ୱାରା । ଏଥିରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ , ନୟାଗଡ ଓ ପୁରୀ ସାମିଲ ଅଛନ୍ତି ।

ସେପଟେ ରାଜ୍ୟର ୧୬ ଟି ଜିଲ୍ଲାରେ ଆସନ୍ତା ୧୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା କରିଛି ଆଞ୍ଚଳିକ ପାଣିପାଗ ବିଭାଗ ଭୁବନେଶ୍ୱର । ଏହି ସମୟରେ ରାଜ୍ୟରେ ପ୍ରାୟ ୧୨ – ୨୦ ସେଣ୍ଟିମିଟର ବର୍ଷା ହେବ । ବର୍ଷା ସମୟରେ ନିଜକୁ ସୁରକ୍ଷିତ ରଖିବା ଓ ବଜ୍ରପାତରୁ ରକ୍ଷା କରିବା ପାଇଁ ପାଣିପାଗ ବିଭାଗ ସାଧାରଣ ଲୋକଙ୍କୁ ଅନୁରୋଧ କରିବା ସହ ସତର୍କ କରାଇଛି ।

Get real time updates directly on you device, subscribe now.