fbpx

‘Make In India’ର ସଫଳତାର କାହାଣୀ: ବିଶ୍ୱ ସ୍ତରରେ ଶକ୍ତିଶାଳୀ ହେଲା ଭାରତୀୟ ଅର୍ଥନୀତି, ସାଇକେଲ ଠାରୁ ଆରମ୍ଭ କରି ଡିଜିଟାଲ ପେମେଣ୍ଟର କମାଲ୍ ଦେଖିଲା ଦୁନିଆ!

ନୂଆଦିଲ୍ଲୀ: ‘ମେକ୍ ଇନ୍ ଇଣ୍ଡିଆ’ର ସଫଳତା ଆଜି ସାରା ବିଶ୍ୱରେ ଚମକୁଛି । ବିଭିନ୍ନ ଉତ୍ପାଦର ବିକାଶ, ଉତ୍ପାଦନ ବୃଦ୍ଧି କରିବା ଓ ନିବେଶ ପାଇଁ ବଡ଼ ବଡ଼ କମ୍ପାନୀମାନଙ୍କୁ ଉତ୍ସାହିତ କରିବା ପାଇଁ ଭାରତ ସରକାର ଏହି ଲୋକପ୍ରିୟ ପଦକ୍ଷେପ ଗ୍ରହଣ କରିଥିଲେ । ୨୦୧୪ ମସିହା ସେପ୍ଟେମ୍ବର ମାସରେ ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଥିଲେ । ଆଜି ‘ମେକ୍ ଇନ୍ ଇଣ୍ଡିଆ’ ପ୍ରୋଗ୍ରାମ ମାଧ୍ୟମରେ ଭାରତ ସାଇକେଲ ଠାରୁ ଆରମ୍ଭ କରି ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ବିଶ୍ୱରେ କମାଲ୍ କରିଛି । ‘ମେକ୍ ଇନ୍ ଇଣ୍ଡିଆ’ ଭାରତୀୟ ଅର୍ଥନୀତିକୁ ବିଶ୍ୱର କୋଣଅନୁକୋଣରେ ପହଞ୍ଚାଇବାରେ ସଫଳ ହୋଇଛି ।

ମେଡ୍ ଇନ୍ ଇଣ୍ଡିଆର ଏହି ଯାତ୍ରା ଆଜି ଭାରତକୁ ଅନ୍ତର୍ଜାତୀୟ ବଜାରରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ସହିତ ଭାରତୀୟ ସାମଗ୍ରୀ ବିଶ୍ୱାସୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ‘ମେକ୍ ଇନ୍ ଇଣ୍ଡିଆ’ର ଏହି ସଫଳତାର ଗାଥାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଶେୟାର କରିଛନ୍ତି । ଦେଶୀୟ ହସଶିଳ୍ପ କିପରି ବିଶ୍ୱକୁ ପ୍ରଭାବିତ କରିଛି ସେନେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଭାରତ ନିର୍ମିତ ସାଇକେଲ ଆଜି ଗ୍ଲୋବାଲ ସେନସେସନ ପାଲଟିଛି । ବ୍ରିଟେନ, ଜର୍ମାନୀ ଓ ନେଦରଲାଣ୍ଡସ ପରି ବହୁ ଦେଶକୁ ଭାରତୀୟ ସାଇକେଲ ରପ୍ତାନୀ କରାଯାଉଛି ।

ସେହିପରି ‘ମେଡ୍ ଇନ୍ ବିହାର’ ଏବେ ଋଷୀୟ ଆର୍ମିର ଏକ ଅଂଶ ଭାବେ ସାମିଲ ହୋଇଛି । ଭାରତୀୟ ସାମଗ୍ରୀର ବିଶ୍ୱରେ ରହିଥିବା ବହୁମୁଖୀ ଚାହିଦାକୁ ଏହା ପ୍ରତିପାଦିତ କରୁଛି । ନିଜ ସାମଗ୍ରୀର ନିର୍ମାଣ ଦକ୍ଷତାକୁ ନେଇ ଭାରତ ଅନ୍ତର୍ଜାତୀୟ ପ୍ରତିରକ୍ଷା ମାର୍କେଟରେ ଏକ ମାଇଲଷ୍ଟୋନ ସ୍ପର୍ଶ କରିଛି । ବିଶ୍ୱକପ ପାଇଁ କଶ୍ମୀର ୱିଲୋ ବ୍ୟାଟର ଚାହିଦା ବିଶ୍ୱରେ ବଢ଼ିବାରେ ଲାଗିଛି । ଏହା କ୍ରିକେଟ ପାଇଁ ଭାରତୀୟ ନିର୍ମାଣ କ୍ଷେତ୍ରର ଅବଦାନକୁ ପ୍ରମାଣିତ କରୁଛି । ଭାରତ ଓ ଋଷିଆର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଥିବା ବ୍ରହ୍ମୋସ ମିସାଇଲ ବର୍ତ୍ତମାନ ସାଉଥ୍ ଚାଇନା ସି’ରେ ମୁତୟନ ହୋଇଛି । ବିଶ୍ୱ ସୁରକ୍ଷା ଦିଗରେ ଏହା ଭାରତର ପ୍ରତିରକ୍ଷା ରଣନୀତି ଓ ଦକ୍ଷତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଅମୁଲ ଭାରତର ସ୍ୱତନ୍ତ୍ର ଫ୍ଲେଭରକୁ ବିଶ୍ୱସ୍ତରରେ ପହଞ୍ଚାଇବା ସହ ଆମେରିକାରେ ତା’ର ସାମଗ୍ରୀକୁ ଲଞ୍ଚ କରିଛି । ଭାରତୀୟ ୟୁପିଆଇ ସିଷ୍ଟମ ଏବେ ଗ୍ଲୋବାଲ ସର୍ଭିସ ପାଲଟିଛି । ବିଭିନ୍ନ ଦେଶ ସହିତ ୟୁପିଆଇ ଜରିଆରେ ଡିଜିଟାଲ କାରବାର ସମ୍ଭବପର ହେଉଛି । ଏଥିସହିତ ଭାରତୀୟ ସାମଗ୍ରୀ ବିଶ୍ୱସ୍ତରରେ ଆମାଜନର ବ୍ଲାକ ଡ୍ରାଇଡେ ଓ ସାଇବର ମନଣ୍ଡେ ସେଲ୍ସକୁ ମଧ୍ୟ ପଛରେ ପକାଇ ନିଜର ଦକ୍ଷତାର ପରିଚୟ ଦେଇଛି ।

Get real time updates directly on you device, subscribe now.