fbpx

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି: ଜୁଲାଇ ୨୨ରୁ ୨୮ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ ପାଳନ ହେବ ‘ଶିକ୍ଷା ସପ୍ତାହ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ‘ଶିକ୍ଷା ସପ୍ତାହ’ ପାଳନ କରାଯିବ । ଜାତୀୟ ଶିକ୍ଷା ନୀତି (ଏନଇପି)- ୨୦୨୩ର ଚତୁର୍ଥ ବାର୍ଷିକ ଉତ୍ସବ ଅବସରରେ ଏହା ପାଳନ କରାଯିବ । ଏନେଇ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନକୁ ଓଡ଼ିଶା ରାଜ୍ୟ ସ୍କୁଲ କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଚିଠି ଲେଖାଯାଇଛି । ଏ ବାବଦରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି ।

ସୂଚନା ମୁତାବକ, ପ୍ରତ୍ୟେକ ଦିନକୁ ସ୍ୱତନ୍ତ୍ର ଭାବେ ପାଳନ କରାଯିବ । ଜୁଲାଇ ୨୨ରେ ଶିକ୍ଷକ ଶିକ୍ଷା ସାମଗ୍ରୀ (ଟିଏଲଏମ) ଦିବସ ପାଳନ କରାଯିବ । ସ୍ଥାନୀୟ ପ୍ରସଙ୍ଗ ଓ ଏହାକୁ ଶ୍ରେଣୀ ଗୃହରେ କିପରି ବ୍ୟବହାର କରାଯିବ ସେନେଇ ଟିଏଲଏମ ବେଡସ କରି ଶିକ୍ଷକଙ୍କୁ ଉତ୍ସାହିତ କରାଯିବ । ୨୩ରେ ଏଫଏଲଏନ ଦିବସ ଓ ୨୪ରେ ସ୍ପେର୍ଟ ଦିବସ, ୨୫ରେ ସାଂସ୍କୃତିକ ଦିବସ, ୨୬ରେ ଦକ୍ଷତା ଓ ଡିଜିଟାଲ ପ୍ରୋତ୍ସାହନ ଦିବସ, ୨୭ରେ ମିଶନ ଲାଇଫ୍ ପାଇଁ ଇକୋ କ୍ଲବ / ସ୍କୁଲ ପୋଷଣ ଦିବସ ଓ ୨୮ରେ ସଂପଦୀୟ ଯୋଗଦାନ ଦିବସ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ଅତିଥି ଭୋଜନ, ଦିବ୍ୟାଞ୍ଜଳୀ ଆଦି କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯିବ । କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଚାରରପୋଣ କାର୍ଯ୍ୟକ୍ରମ କରାଯିବ । ଶିକ୍ଷାର୍ଥୀ, ଶିକ୍ଷାବିତ, ନୀତି ପ୍ରଣେତା ଓ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ସହଯୋଗିତା ଓ ନୂତନତ୍ୱ ଭାବନା ବୃଦ୍ଧି କରିବା ‘ଶିକ୍ଷା ସପ୍ତାହ’ର ପ୍ରମୁଖ ଉଦ୍ଦେଶ୍ୟ ।

Get real time updates directly on you device, subscribe now.