fbpx

SBI ଲଞ୍ଚ କଲା ‘ଅମୃତ ବୃଷ୍ଟି’ FD ସ୍କିମ: ୪୪୪ ଦିନ ପାଇଁ ନିବେଶ କଲେ ମିଳିବ ଅଧିକ ସୁଧ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ସମସ୍ତ ନିବେଶକଙ୍କ ପାଇଁ ଏକ ବଢ଼ିଆ ସୁଯୋଗ ଆସିଛି । ଏସବିଆଇ ଲଞ୍ଚ କରିଛି ୪୪ ଦିନିଆ ସ୍ଥାୟୀ ଜମା (ଏଫଡି) ସ୍କିମ୍ ‘ଅମୃତ ବୃଷ୍ଟି’ । ଏହି ସ୍କିମରେ ଗ୍ରାହକଙ୍କୁ ୪୪୪ ଦିନ ପାଇଁ ଅର୍ଥ ନିବେଶ କରିବାକୁ ପଡ଼ିଥାଏ । ଏଥିରେ ନିବେଶକଙ୍କୁ ବାର୍ଷିକ ୭.୨୫ ପ୍ରତିଶତ ହାରରେ ସୁଧ ମିଳିବ । ସେହିପରି ବରିଷ୍ଠ ନାଗରିକଙ୍କୁ ବାର୍ଷିକ ୭.୭୫ ହାରରେ ସୁଧ ମିଳିବ । ଦେଶର ନାଗରିକଙ୍କ ଓ ଏନଆରଆଇ ମଧ୍ୟ ଏଥିରେ ନିବେଶ କରିପାରିବେ । ୨୦୨୫ ମସିହା ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଏହି ସ୍କିମର ନିବେଶ ଅବଧି ରହିଛି ।

ଯଦି ଆପଣମାନେ ଅଧିକ ରିଟର୍ଣ୍ଣ କରିବାକୁ ଚାହୁଁଥାନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ବଢ଼ିଆ ବିକଳ୍ପ । ଆପଣମାନେ ଏସବିଆଇ ଶାଖା, ୟୋନୋ ଏସବିଆଇ ୟୋନୋ ଲାଇଟ (ମୋବାଇଲ ବ୍ୟାଙ୍କିଂ ଆପ), ଏସବିଆଇ ଇଣ୍ଟରନେଟ ବ୍ୟାଙ୍କିଂ (ଆଇଏନବି) ମାଧ୍ୟମରେ ‘ଅମୃତ ବୃଷ୍ଟି’ ଏଫଡି ସ୍କିମରେ ନିବେଶ କରିପାରିବେ । ଏହା ଅନଲାଇନ୍ ଓ ଅଫଲାଇନ୍ ଉଭୟ ଫର୍ମାଟରେ ନିବେଶର ସୁବିଧା ପ୍ରଦାନ କରୁଛି ।

ଏହାକୁ ଲଞ୍ଚ କରିବା ଅବସରରେ ଏସବିଆଇ ଅଧ୍ୟକ୍ଷ ଦିନେଶ ଖେରା କହିଛନ୍ତି, ‘ଅମୃତ ବୃଷ୍ଟି’ ଯୋଜନା ସ୍ଥାୟୀ ଜମାର ଏକ ନୂଆ ସଂସ୍କରଣ । ଏହା ବିଭିନ୍ନ ପ୍ରକାରର ଗ୍ରାହକଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ୍ କରଯାଇଛି । ଏହି ଯୋଜନା ଆମର ମୂଲ୍ୟବାନ ଗ୍ରାହକଙ୍କ ସମ୍ପତ୍ତି ବୃଦ୍ଧିରେ ଯଥେଷ୍ଟ ମାତ୍ରାରେ ସହାୟକ ହେବ ।

Get real time updates directly on you device, subscribe now.