fbpx

(Video): ବାଥରୁମ୍ ଭିଡିଓ ଲିକ ପରେ ଉର୍ବଶୀ ଫୋନରେ ନିଜ ମ୍ୟାନେଜରଙ୍କୁ କହିଲେ, ‘ତମେ ବି ଦେଖିଛ’

ଓଡିଶା ଭାସ୍କର: ସୁନ୍ଦରୀ ହଟ ଆଣ୍ଡ ବୋଲ୍ଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଗତକାଲି ଏକ ବାଥରୁମ୍ ଭିଡିଓ ଲିକ ହୋଇଛି । ଜିରୋ ଫିଗର ରଖୁଥିବା ଏହି ଅଭିନେତ୍ରୀ ଜଣଙ୍କ ଏହି ଲିକ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି । ଯେକେହି ହାତ ମୁଠାରେ ଅଭିନେତ୍ରୀଙ୍କ ଭାଇରାଲ ଲିକ ଭିଡିଓକୁ ଦେଖୁଛନ୍ତି । ତାହାସହ ବଲିଉଡ ଏବେ ତାଙ୍କ ହଟ ଲିକ ଭିଡିଓରେ ସରଗରମ ହୋଇଛି । ଲିକ ଭିଡିଓ ପରେ ଏହି ସୁନ୍ଦରୀଙ୍କ ଏକ ଅଡିଓ କ୍ଲିପ ଏବେ ଚର୍ଚ୍ଚାରେ । ଯେଉଁଥିରେ ଉର୍ବଶୀ ନିଜର ମ୍ୟାନେଜରଙ୍କୁ ରାଗରେ ବହୁତ କିଛି କହୁଛନ୍ତି ।

ଅଡିଓରେ ଉର୍ବଶୀ ନିଜ ମ୍ୟାନେଜରଙ୍କୁ କହୁଛନ୍ତି, ‘ତମେ ବି ଭିଡିଓ ଦେଖିଛ’! ପରେ ମ୍ୟାନେଜର କହୁଛନ୍ତି, ‘ହଁ ଦେଖିଛି । ଟିମ୍ ଏହାକୁ ଇଣ୍ଟରନେଟରୁ ହଟାଇବାର ପ୍ରୟାସ କରୁଛି ।’ ଏହାକୁ ନେଇ ଉର୍ବଶୀ କହିଛନ୍ତି ଯେ ସେ ବୁଝି ପାରୁ ନାହାନ୍ତି ଯେ କେମିତି ଏଭଳି ଜିନିଷ ବାହାରକୁ ଆସୁଛି । ଭିଡିଓକୁ ନେଇ ଉର୍ବଶୀ ବେଶ୍ ଚିନ୍ତିତ ଥିବାର ମଧ୍ୟ ଦେଖିବାକୁ ମିଳୁଛି ।

ମ୍ୟାନେଜର ଉର୍ବଶୀଙ୍କ ଏହି କଥାରେ ଆପଣ ୧୯ ତାରିଖରେ ଆସିଲା ପରେ କଥାବାର୍ତ୍ତା ହେବା ଓ ଫୋନରେ ଏହା କଥା ହୋଇ ହେବ ନାହିଁ ବୋଲି ମଧ୍ୟ ଜଣାଇଛନ୍ତି । ମ୍ୟାନେଜର ମଧ୍ୟ ଦୁଃଖରେ ଏହା କେମିତି ହୋଇଛି ସେ ଜାଣି ପାରୁ ନାହାନ୍ତି ବୋଲି ଜଣାଇଛନ୍ତି । ଆପଣ ଆସିଲା ପରେ ମୁଁ ନିଜେ ବ୍ୟକ୍ତିଗତ ଭାବରେ ଆପଣଙ୍କ ସହ କଥା ହେବି ବୋଲି ଉର୍ବଶୀଙ୍କ ମ୍ୟାନେଜର କହିଛନ୍ତି ।

ପ୍ରକାଶଥାଉ ଯେ, ବୁଧବାର ଉର୍ବଶୀଙ୍କ ଯେଉଁ ଭିଡିଓ ଭାଇରାଲ ହୋଇଛି ସେଥିରେ ସେ ବାଥରୁମରେ କପଡା ଖୋଲୁଥିବାର ନଜର ଆସୁଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓକୁ ନେଇ ଏବେ ଝଡ ସୃଷ୍ଟି ହୋଇ ସାରିଛି । କେତେକ ୟୁଜର୍ସ ଏହାକୁ ପିଆର ଷ୍ଟଣ୍ଡ କହୁଛନ୍ତି ତ କେତେକ କହୁଛନ୍ତି ଭିଡିଓରେ ଉର୍ବଶୀ ମଙ୍ଗଳସୂତ୍ର ପିନ୍ଧିଛନ୍ତି । ଏହା ସିନେମାର ଏକ ଦୃଶ୍ୟ ବୋଲି ଜଣାଇଛନ୍ତି । ଉର୍ବଶୀ ଆଗାମୀ ଦିନରେ ଫିଲ୍ମ ଜେଏନୟୁ (JNU), ଏନବିକେ ୧୦୯ (NBK 109) ତଥା ଦିଲ ହୈ ଗ୍ରେଟ ଓ ବ୍ଲେକ ସିନେମାରେ ନଜର ଆସିବେ ।

 

View this post on Instagram

 

A post shared by Manav Manglani (@manav.manglani)

Get real time updates directly on you device, subscribe now.