fbpx

NEET RESULT: ଜୁଲାଇ ୨୦ ମଧ୍ୟାହ୍ନ ୧୨ ଟା ଭିତରେ ନିଟ ପରୀକ୍ଷାଫଳ, ସୁପ୍ରିମକୋର୍ଟ ଦେଲେ ଏନଟିଏକୁ ଆଦେଶ

ଓଡିଶା ଭାସ୍କର: ଆସନ୍ତା ଜୁଲାଇ ୨୦ ତାରିଖ ମଧ୍ୟାହ୍ନ ୧୨ ଟା ଭିତରେ ନିଟ ପରୀକ୍ଷାଫଳ ପ୍ରକାଶ ପାଇବ । ଏନେଇ ସୁପ୍ରିମକୋର୍ଟ ଏନଟିଏକୁ ଆଦେଶ ଦେଇଛନ୍ତି । ରାଷ୍ଟ୍ରୀୟ ପରୀକ୍ଷଣ ଏଜେନ୍ସି ( ଏନଟିଏ ) ଏହାକୁ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ପ୍ରକାଶ କରିବାକୁ ଯାଉଛି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଆଶାୟୀଙ୍କ ପରିଚୟକୁ ଲୁଚାଇ ଅଙ୍କ ତାଲିକା ପ୍ରକାଶ କରିବା ଉଚିତ ।

ପ୍ରକାଶଥାଉ ଯେ, ୫ ମଇରେ ୫୭୧ ସହରରେ ପ୍ରାୟ ୪୭୫୦ ଟି ପରୀକ୍ଷାକେନ୍ଦ୍ରରେ ନିଟ ୟୁଜି ପରୀକ୍ଷା ହୋଇଥିଲା । ଏଥିରେ ପ୍ରାୟ ୨୩.୩୩ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଏହାସହ ୧୪ ଟି ବିଦେଶୀ ସହର ମଧ୍ୟ ସାମିଲ ଥିଲା । ମାତ୍ର ଏଥର ନିଟ ପରୀକ୍ଷା ବେଶ୍ ବିବାଦୀୟ ହୋଇ ପଡିଥିଲା । ମାତ୍ର ଏବେ ପରୀକ୍ଷାଫଳ ପୁଣିଥରେ ବାହାରିବାକୁ ଯାଉଛି । ତାହାସହ ଏ ପରୀକ୍ଷା ପାଇଁ ମଧ୍ୟ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ସେପଟେ, ସୁପ୍ରିମକୋର୍ଟର ରାୟ ପରେ ମେଡିକାଲ କାଉନସିଲିଂ କମିଟି ( ଏମସିସି ) ଏକ ନୋଟିସ ଜାରି କରି ମେଡିକାଲ କଲେଜଗୁଡିକ ନିଜର ଆଧିକାରିକ ପୋର୍ଟଲରେ ନିଜର ସିଟ ଦର୍ଜ କରିବାର ଆଗ୍ରହ ପ୍ରକାଶ କରିଛନ୍ତି । ସମିତି ୨୦ ଜୁଲାଇ ୨୦୨୪ ରେ ୟୁଜି କାଉନସିଲିଂ ୨୦୨୪ ପାଇଁ ବିଭିନ୍ନ ସଂସ୍ଥାନରେ ସିଟ ବିବରଣକୁ ମଧ୍ୟ ସ୍ୱୀକାର କରିବ ।

Get real time updates directly on you device, subscribe now.