fbpx

ଶ୍ରୀଦେବୀ ତନୟା ଜାହ୍ନବୀ କପୂରଙ୍କ ଦେହ ଅସୁସ୍ଥ, ହସ୍ପିଟାଲରେ ହେଲେ ଭର୍ତ୍ତି

ଓଡିଶା ଭାସ୍କର: ଶ୍ରୀଦେବୀ ତନୟା ସୁନ୍ଦରୀ ଜାହ୍ନବୀ କପୂରଙ୍କ ଦେହ ଏବେ ଅସୁସ୍ଥ ହୋଇଥିବା ଜଣା ପଡିଛି । ତାଙ୍କ ଦେହ ଖରାପ ହେବା କାରଣରୁ ସେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଏବେ ସୁସ୍ଥ ହୋଇ ନଥିବା ଜଣା ପଡିଛି । ଫଳରେ ବଲିଉଡର ଏହି ବୁଲବୁଲ ପ୍ରାୟ ୨ ଦିନ ହସ୍ପିଟାଲରେ ରହି ପାରନ୍ତି ବୋଲି କୁହାଯାଉଛି । ଏହି ଖବର ଜଣା ପଡିବା ପରେ ଜାହ୍ନବୀଙ୍କ ଫ୍ୟାନ୍ସ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ରିପୋର୍ଟ ଅନୁସାରେ, ଜାହ୍ନବୀଙ୍କ ଦେହ ଖରାପ ହେବାର ସୂଚନା ତାଙ୍କ ବାପା ବୋନି କପୂର ଦେଇଛନ୍ତି । ସେ ୧ ରୁ ୨ ଦିନ ଡାକ୍ତରଖାନାରେ ରହିବେ ବୋଲି କହିଛନ୍ତି । ମାତ୍ର ଶ୍ରୀଦେବୀ ତନୟାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ କେମିତି ଅଛି ସେ କିଛି ଜଣାଇ ନାହାନ୍ତି । କହିରଖୁ, ଅଭିନେତ୍ରୀ ଜାହ୍ନବୀ କପୂର ବର୍ତ୍ତମାନ ସମୟରେ ନିଜର ସିନେମା ‘ଉଲଝ’ କୁ ନେଇ ଲାଇମ ଲାଇଟରେ ରହିଛନ୍ତି । ସିନେମାରେ ଏହି ସେକ୍ସି କୁଇନ ପ୍ରଥମଥର ପାଇଁ ଜଣେ ଆଇଏଏସ ଅଧିକାରୀ ଭୂମିକାରେ ନଜର ଆସୁଛନ୍ତି । ତାଙ୍କ ସହ ଏଥିରେ ଅଭିନୟ କରୁଛନ୍ତି ଗୁଲସନ ଦେବୈୟା, ରୋସନ ମୈଥ୍ୟୁ, ରାଜେଶ ତେଲଙ୍ଗ ଓ ମେୟାଙ୍ଗ ଚାଙ୍ଗ ଭଳି କଳାକାର ।

Get real time updates directly on you device, subscribe now.