fbpx

(Video) ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ କେତେ ରତ୍ନ ଅଳଙ୍କାର ରହିଥିଲା, ଶେଷରେ ସବୁ ଜଣାପଡ଼ିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୪ ତାରିଖ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ରତ୍ନଭଣ୍ଡାର ଖୋଲିଥିଲା । ଦିନ ୧.୨୮ ସମୟରେ ରତ୍ନଭଣ୍ଡାର ଗୃହକୁ ୧୧ ଜଣିଆ ଟିମ୍ ପ୍ରବେଶ କରିଥିଲେ । ପ୍ରଭୁ କାଳିଆ ଠାକୁରଙ୍କ ଇଚ୍ଛା ଅନୁସାରେ ରତ୍ନଭଣ୍ଡାର ଖୋଲିଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ପୋଷ୍ଟ ଶେୟାର କରି ସୂଚନା ଦେଇଥିଲେ । ତେବେ ଏହା ମଧ୍ୟରେ ଗତକାଲି ଭିତର ରତ୍ନଭଣ୍ଡାର ଖୋଲିଥିଲା । ଭିତର ରତ୍ନଭଣ୍ଡାର ଓ ଅଳଙ୍କାର ସ୍ଥାନାନ୍ତର ଷ୍ଟ୍ରଙ୍ଗରୁମକୁ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଅନୁଧ୍ୟାନ କରିଥିଲେ ।

ତେବେ ରତ୍ନଭଣ୍ଡାରରୁ କେତେ ଅଳଙ୍କାର ବାହାରିଲା ସେ ବିଷୟରେ ଜାଣିବା ପାଇଁ ଭକ୍ତ ଓ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍ସୁକ୍ତା ପ୍ରକାଶ ପାଇଥିଲା । ମା’ ଲକ୍ଷ୍ମୀ, ମା’ ବିମଳା ଓ ଲୋକନାଥଙ୍କ ଆଶିର୍ବାଦ ନେଇ ଶୁଭ ମୁହୂର୍ତ୍ତ ସକାଳ ୯.୫୧ରୁ ସନ୍ଧ୍ୟା ୫.୧୫ ପର୍ଯ୍ୟନ୍ତ ପାଖାପାଖି ସାଢ଼େ ୭ ଘଣ୍ଟା ଧରି ଉଦ୍ୟମ କରାଯାଇ ରତ୍ନଭଣ୍ଡାରରର ସମସ୍ତ ରତ୍ନ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଥିଲା । ସମସ୍ତ ସମ୍ପତ୍ତିକୁ ଉପଯୁକ୍ତ ବାକ୍ସ ଓ ଆଲମିରାକୁ ସ୍ଥାନାନ୍ତର କରାଯାଇଥିଲା । ଏ ବାବଦରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଥିଲେ ।

ଭିତର ରତ୍ନଭଣ୍ଡାରରେ ପ୍ରାୟ ୩ଟି କାଠ ଆଲମିରା, ୧ଟି ଆଲମିରା, ୨ଟି କାଠ ସିନ୍ଦୁକ, ୧ଟି ଲୁହା ସିନ୍ଦୁକ ରହିଥିଲା । ଗତ ୧୪ ତାରିଖ ଦିନ ବାହାର ରତ୍ନଭଣ୍ଡାରରୁ ସମସ୍ତ ରତ୍ନଅଳଙ୍କାର ନିର୍ଦ୍ଧାରିତ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତରିତ ହୋଇଥିଲା । ଭିତର ରତ୍ନଭଣ୍ଡାର ଗୃହରେ ମୋଟ ୭ଟି ସିନ୍ଦୁକ ଓ ଆଲମାରୀରେ ଅଳଙ୍କାରଗୁଡ଼କ ରଖାଯାଇଥିଲା । ସମସ୍ତ ଆଲମାରୀ ଓ ସିନ୍ଦୁକର ତାଲା ଖୋଲି ଅଳଙ୍କାରଗୁଡ଼ିକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଥିଲା । ଏସଓପି ଅନୁଯାୟୀ ନୂଆ କଣ୍ଟେନରରେ ସମସ୍ତ ଅଳଙ୍କାର ରଖାଯାଇ ତାଲା ପକାଯାଇଥିଲା ବୋଲି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ସୂଚନା ଦେଇଥିଲେ । ତେବେ ଳ ଭିତର ରତ୍ନଭଣ୍ଡାରକୁ ମରାମତି ପାଇଁ ଏଏସଆଇକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.