fbpx

ଗରିବ ଓ ମଧ୍ୟବିତ୍ତଙ୍କୁ ବଡ଼ ଶିକ୍ଷା ଦେଲା ଅମ୍ବାନୀ ପରିବାର: ମୁକେଶଙ୍କର ମୋଟ ସମ୍ପତ୍ତି ୭.୬୫ ଲକ୍ଷ କୋଟି, ଅନନ୍ତଙ୍କ ବାହାଘରରେ ଖର୍ଚ୍ଚ ହେଲା ୫ ହଜାର କୋଟି!

ନୂଆଦିଲ୍ଲୀ: ସାଧାରଣ ଭାବେ ଆମ ସମାଜରେ ଗରିବ, ମଧ୍ୟବିତ୍ତ ଓ ନିମ୍ନବିତ୍ତ ଶ୍ରେଣୀର ଲୋକମାନେ ନିଜର ବାହାଘରରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଦେଇଥାନ୍ତି । ଏପରିକି ମାସିକ ୩୦ ହଜାର ଟଙ୍କା ଦରମା ପାଉଥିବା ଜଣେ ସରକାରୀ/ ବେସରକାରୀ ଚାକିରିଆ ୩୦ ଲକ୍ଷରୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଛାଇ ନଥାନ୍ତି । ତେବେ ନିକଟରେ ଭାରତର ଧନୀବ୍ୟକ୍ତି ତଥା ବିଶ୍ୱର ୧୧ ନମ୍ବର ଧନୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବାହାଘରର ଖର୍ଚ୍ଚ ଆମ ସମାଜକୁ ଏକ ବଡ଼ ଶିକ୍ଷା ଦେଇଛି । ଅମ୍ବାନୀ ପରିବାରର ବହୁ ଆଡ଼ମ୍ବରପୂର୍ଣ୍ଣ ଏହି ମ୍ୟାରେଜ ପାର୍ଟିରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ବିଶ୍ୱର ଅରବପତି ଲିଷ୍ଟରେ ମୁକେଶ ଅମ୍ବାନୀ ଏବେ ୧୧ତମ ସ୍ଥାନରେ ରହିଥିବା ବେଳେ ୨୦୨୪ ବର୍ଷରେ ତାଙ୍କର ମୋଟ ସମ୍ପତ୍ତି ୨୨.୫ ଅରବ ଡଲାର ବୃଦ୍ଧି ପାଇଛି । ଅନନ୍ତଙ୍କ ବାହାଘରରେ ମୁକେଶ ପାଖାପାଖି ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବା କିଛି ରିପୋର୍ଟରେ କୁହାଯାଉଛି । ଦେଶ ବିଦେଶର ବହୁ ପ୍ରଭାବଶାଳୀ ଭାରତର ଏହି ବ୍ୟୟବହୁଳ ବିବାହ ଉତ୍ସବସରେ ସାମିଲ ହୋଇଥିବା ବେଳେ ବର-କନ୍ୟାଙ୍କୁ ଲକ୍ଷ ଲକ୍ଷ, କୋଟି କୋଟି ଟଙ୍କାର ଉପହାର ମିଳିଥିଲା । ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବ ପାଖାପାଖି ୭ ମାସ ଧରି ଚାଲିଥିଲା । ଗତ ବର୍ଷ ଡିସେମ୍ବର ମାସରେ ରାଜସ୍ଥାନର ନାଥଦ୍ୱାରରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା । ଏହାପରେ ଜୁଲାଇ ୧୨ରେ ରାଧିକା-ଅନନ୍ଦ ମୁମ୍ବାଇର ଜିଓ କନଭେନସନ ସେଣ୍ଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ତେବେ ମୁକେଶ ଅମ୍ବାନୀ ନିଜର କନିଷ୍ଠ ପୁତ୍ରଙ୍କ ବାହାଘରରେ ପାଣି ଭଳି ଅର୍ଥ ଖର୍ଚ୍ଚ କରିଥିଲେ ହେଁ ତାହା ତାଙ୍କର ନେଟ ୱର୍ଥର ୧ ପ୍ରତିଶତ ବି ହେଉନାହିଁ । ମାତ୍ର ଜଣେ ସାଧାରଣ ଲୋକ ନିଜର ପୁଅ-ଝିଅ ବାହାଘରରେ ଲକ୍ଷ ଲକ୍ଷ ଟଙ୍କା ଧାର, କରଜ କରି, ଋଣଭାରରେ ବୁଡ଼ି, ବ୍ୟାଙ୍କରୁ ଲୋନ ଉଠାଇ, ଜମି ବିକ୍ରି ବଡ଼ ଧୁମଧାମରେ ପାର୍ଟି ଦେଉଛି । ଅମ୍ବାନୀ ପରିବାରର ବାହାଘର ଖର୍ଚ୍ଚ ଆଉ ଜଣେ ସାଧାରଣ ଲୋକର ବାହାଘର ଖର୍ଚ୍ଚ ମଧ୍ୟରେ ଅନେତ ତଫାତ୍ ରହୁଛି । ଅନେକ ମଧ୍ୟବିତ୍ତ ଶ୍ରେଣୀର ଲୋକ ନିଜ ସମ୍ପତ୍ତିର ଅଧା ଅର୍ଥ ନିଜ ଝିଅ ବାହାଘରେ ଖର୍ଚ୍ଚ କରୁଥିବା ଦେଖାଯାଉଛି । ତେଣୁ ‘ଜଣେ ଧନୀ ବ୍ୟକ୍ତି ସର୍ବଦା ଧନୀ ହୋଇ ଚାଲିଥିବ ଆଉ ଜଣେ ଗରିବ ବ୍ୟକ୍ତି ସର୍ବଦା ଗରିବ ହୋଇ ଚାଲିଥିବ’ ବୋଲି ଅନେକ ମତ ଦେଇଥାନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଜୁଲାଇ ୧୨ ତାରିଖ ସୁଦ୍ଧା ମୁକେଶ ଅମ୍ବାନୀଙ୍କର ମୋଟ ସମ୍ପତ୍ତିର ପରିମାଣ ୭.୬୫ ଲକ୍ଷ କୋଟି ରହିଛି । ୭.୬୫ ଲକ୍ଷ କୋଟିର ୦.୬୫ ପ୍ରତିଶତ ହେଉଛି ୫ ହଜାର କୋଟି । ଅର୍ଥାତ ଅମ୍ବାନୀ ନିଜ ପୁଅ ବାହାଘରରେ ଯେଉଁ ଅର୍ଥ ଖର୍ଚ୍ଚ କରିଛନ୍ତି ତାହା ତାଙ୍କର ମୋଟ ସମ୍ପତ୍ତିର ୧ ପ୍ରତିଶତ ବି ହେଉନାହିଁ । ଆଉ ଏକ ବଡ଼ କଥା ହେଉଛି, ଏହି ବିବାହ ଉତ୍ସବ ସମୟରେ ମାତ୍ର ୧୦ ଦିନରେ ମୁକେଶ ୨୫ ହଜାର କୋଟି ଟଙ୍କା ପ୍ରଫିଟ୍ କରିଛନ୍ତି । ତେଣୁ ଅମ୍ବାନୀ ପରିବାରର ଏହି ବାହାଘରର ଖର୍ଚ୍ଚ ଆମ ସମାଜ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକଙ୍କୁ ଏକ ବଡ଼ ଶିକ୍ଷା ଦେଇଛି ।

Get real time updates directly on you device, subscribe now.