fbpx

ମାତ୍ର ୫୧ ଟଙ୍କାରେ ଉଠାନ୍ତୁ 5G ମଜା! ଏୟାରଟେଲ ଲଞ୍ଚ କଲା ଅନଲିମିଟେଡ୍ 5G ଡାଟା ପ୍ଲାନ୍

ନୂଆଦିଲ୍ଲୀ: ନିକଟରେ ଟେଲିକମ୍ କମ୍ପାନୀମାନେ ସେମାନଙ୍କର ପ୍ଲାନ୍ସ ଦର ବୃଦ୍ଧି ଘୋଷଣା କରିଥିଲେ । ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଫାଫୋନ ନିଜ ନିଜର ରିଚାର୍ଜ ପ୍ଲାନର ଦାମ୍ ବଢ଼ାଇଥିଲେ । ଫଳରେ ଗ୍ରାହକଙ୍କୁ ପୂର୍ବାପେକ୍ଷା ଏଣିକି ଅଧିକ ଦାମ୍ ଦେବାକୁ ପଡ଼ୁଛି । ତେବେ ଏହା ମଧ୍ୟରେ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଦେଶର ଅନ୍ୟତମ ଟେଲିକମ୍ କମ୍ପାନୀ ଏୟାରଟେଲ ଏକ ଅନଲିମିଟେଡ୍ ୫ଜି ଡାଟା ପ୍ଲାନ୍ ଲଞ୍ଚ କରିଛି । ସବୁଠାରୁ ବଡ଼ କଥା ହେଉଛି ମାତ୍ର ୫୧ ଟଙ୍କାରେ ଆପଣମାନେ ୫ଜି ସେବା ପାଇପାରିବେ ।

ଏୟାରଟେଲ ଲଞ୍ଚ କରିଥିବା ଏହି ଅସୀମିତ ୫ଜି ଡାଟା ପ୍ଲାନର ମୂଲ୍ୟ ୫୧ ଟଙ୍କାରୁ ଆରମ୍ଭ ହେଉଛି । କମ୍ପାନୀ ତା’ର ପୋର୍ଟୋଫୋଲିଓରେ ଅପଡେଟ୍ କରିବା ପରେ କିଛି ପ୍ଲାନରେ ଅନଲିମିଟେଡ୍ ୫ଜି ଡାଟା ମିଳିନଥିଲା । ତେଣୁ ଏନେଇ ୟୁଜର୍ସଙ୍କ ପକ୍ଷରୁ ଅଭିଯୋଗ କରାଯିବା ପରେ କମ୍ପାନୀ ଏହି ସମସ୍ୟାକୁ ଦୂର କରିବା ପାଇଁ ଏବେ ନୂଆ ପ୍ୟାକର ପ୍ଲାନ୍ସ ଲଞ୍ଚ କରିଛି । କମ୍ପାନୀ ୩ଟି ନୂଆ ଡେଟା ବୁଷ୍ଟର ପ୍ଲାନ୍ସ ଲଞ୍ଚ କରିଛି । ଏହି ବୁଷ୍ଟର ପ୍ଲାନ୍ସ ସହାୟତାରେ ଯେ କୌଣସି ୟୁଜର ଅନଲିମିଟେଡ୍ ୫ଜି ଡେଟା ୟୁଜ୍ କରିପାରିବେ ।

କମ୍ପାନୀ ଦୈନିକ ୧ ଜିବା ଡାଟା ଓ ୧.୫ ଜିବି ଡାଟା ଧାରୀ ୟୁଜର୍ସଙ୍କ ପାଇଁ ବୁଷ୍ଟର ପ୍ଲାନ୍ସ ଲଞ୍ଚ କରିଛି । ଏହା ସହାୟତାରେ ୟୁଜର୍ସ ଅସୀମିତି ୫ଜି ସେବାକୁ ଅପଗ୍ରେଡ୍ କରିପାରିବେ । କମ୍ପାନୀର ନୂଆ ପ୍ଲାନ୍ସ ୫୧ ଟଙ୍କା, ୧୦୧ ଟଙ୍କା ଓ ୧୫୧ ଟଙ୍କା ଦାମରେ ଆସୁଛି । ଏହି ପ୍ଲାନ୍ସକୁ ବ୍ୟବହାର କରିବା ପାଇଁ ଗ୍ରାହକଙ୍କ ପାଖରେ ପୂର୍ବରୁ ଆକ୍ଟିଭ ପ୍ଲାନ ରହିଥିବା ଆବଶ୍ୟକ । ୫୧ ଟଙ୍କିଆ ପ୍ଲାନରେ ୩ ଜିବି, ୧୦୧ ଟଙ୍କିଆ ପ୍ଲାନରେ ୬ ଜିବି ଓ ୧୫୧ ଟଙ୍କିଆ ପ୍ଲାନରେ ୯ ଜିବି ଡାଟା ମିଳୁଛି ।

Get real time updates directly on you device, subscribe now.