fbpx

OPSC ପକ୍ଷରୁ ନୋଟିଫିକେସନ: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ପୂରଣ ହେବ ନିର୍ଦ୍ଦେଶକ ପଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନରେ ଏହି ପଦ ପୂରଣ ହେବ । ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଜିଆଇଟି), ସାରଙ୍ଗରେ ନିର୍ଦ୍ଦେଶକ ପଦ ପୂରଣ ହେବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ଶର୍ଟ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଆଗକୁ ସମ୍ପୂର୍ଣ୍ଣ ନୋଟିଫିକେସନ ଜାରି କରାଯିବ ।

ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନରେ ଗୋଟିଏ ପଦ ଖାଲି ରହିଛି । ଅଣସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ଡାଇରେକ୍ଟର ପଦରେ ନିଯୁକ୍ତି ଦିଆଯିବ । ଚଳିତ ବର୍ଷ ଅଗଷ୍ଟ ମାସ ୨୭ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୫୪ ବର୍ଷ ହୋଇଥିବା ଆବଶ୍ୟକ । ୫ ବର୍ଷ ପାଇଁ ପ୍ରାର୍ଥୀଙ୍କୁ ଏହି ପଦରେ ନିଯୁକ୍ତି ଦିଆଯିବ । ଏଥିପାଇଁ ଜୁଲାଇ ୨୬ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଅଗଷ୍ଟ ୨୭ରେ ସମାପ୍ତ ହେବ ।

ଆବେଦନର ଅନ୍ତିମ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ହିସାବକୁ ନିଆଯିବ । ପ୍ରାର୍ଥୀ ପିଏଚ.ଡି କରିଥିବେ ଓ ପ୍ରାସଙ୍ଗିକ ବ୍ରାଞ୍ଚରେ ପ୍ରଥମ ଶ୍ରେଣୀରେ ବ୍ୟାଚେଲର (ବିଇ/ବି.ଟେକ) କିମ୍ବା ମାଷ୍ଟର ଲେବଲ (ଏମ.ଟେକ/ଏମଇ) ପାସ୍ କରିଥିବେ । ପ୍ରାର୍ଥୀ ସୁପରଭାଇଜର / କୋ-ସୁପରଭାଇଜର ଭାବେ ଅତିକମରେ ଦୁଇଟିରେ ପିଏଚ.ଡି ଗାଇଡ୍ ଭାବେ ସଫଳତାର ସହ କାର୍ଯ୍ୟ କରିଥିବେ । ଏଥିସହିତ ଏସସିଆଇ ଜର୍ଣ୍ଣାଲ / ୟୁଜିସି / ଏଆଇସିଟିଆଇ ସ୍ୱୀକୃତିପ୍ରାପ୍ତ ଲିଷ୍ଟ ଜର୍ଣ୍ଣାଲରେ ଅତିକମରେ ୮ଟି ରସର୍ଚ୍ଚ ପ୍ରକାଶିତ ହୋଇଥିବ । ଇଣ୍ଟରଭ୍ୟୁ ଆଧାରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

Get real time updates directly on you device, subscribe now.