fbpx

ହାଡ଼ରେ ନିୟମିତ ଯନ୍ତ୍ରଣା ଅନୁଭବ କରୁଥିଲେ ହୋଇଯା’ନ୍ତୁ ଆଲର୍ଟ, ହୋଇପାରେ Bone Cancer, ଜାଣନ୍ତୁ ଏହାର ଲକ୍ଷଣ

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ବ୍ୟକ୍ତିକୁ ଅଧିକ ରୋଗାଗ୍ରସ୍ତ କରିଦେଉଛି । ଏମିତିରେ ଶରୀରର ରୋଗପ୍ରତିରୋଧକ ଶକ୍ତି ଦିନକୁ ଦିନ ଦୁର୍ବଳ ହୋଇଯାଉଛି । ଏଭଳି ଏକ ରୋଗ ହେଉଛି ଅସ୍ଥି କର୍କଟ(Bone Cancer) ରୋଗ ଯାହା ଧିରେ ଧିରେ ଶରୀରର ବିଭିନ୍ନ ଅଙ୍ଗକୁ ବ୍ୟାପିଥାଏ । ବିଶେଷ କରି ହାଡ଼ ନିକଟରେ ଆବୁକା(Lump) ଭଳି କିଛି ବାହାରିଥାଏ । ଏହା ଯନ୍ତ୍ରଣାଦାୟକ ନଥାଏ କିନ୍ତୁ କ୍ୟାନସର ଆଶଙ୍କାକୁ ବୃଦ୍ଧି କରିଥାଏ । ତେଣୁ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଅସ୍ଥି କର୍କଟ ୮-୨୦ ବର୍ଷ ବୟସ୍କଙ୍କୁ ଅଧିକ ପ୍ରଭାବିତ କରିଥାଏ । କାରଣ ଏହି ସମୟରେ ଶରୀରରେ ହାଡ଼ ବିକଶିତ ହେଉଥାଏ । ଅସ୍ଥି କର୍କଟ ହାତ ଏବଂ ଗୋଡ଼ର ଲମ୍ବା ହାଡ଼ରୁ ଆରମ୍ଭ ହୋଇ ପୁରା ଶରୀରରେ ବ୍ୟାପିଥାଏ । ଏହା ହାଡ଼ରେ ଟ୍ୟୁମର ହୋଇ କ୍ୟାନସରର ରୂପ ନେଇଥାଏ । ଅସ୍ଥି କର୍କଟର ଲକ୍ଷଣ, କାରଣ ଏବଂ ରିସ୍କ୍ ଫ୍ୟାକ୍ଟରରୁ ଏହାକୁ ଶୀଘ୍ର ଚିହ୍ନଟ କରିପାରିବା । ଅସ୍ଥି କର୍କଟ ମୁଖ୍ୟତଃ ୩ ପ୍ରକାରର
ଅଷ୍ଟିଓ ସାରକୋମା(osteosarcoma): ଏହା ୨୦ ବର୍ଷରୁ କମ ବ୍ୟକ୍ତି/ ଯୁବକଙ୍କୁ ପ୍ରଭାବିତ କରିଥାଏ ।
ଇଭିଙ୍ଗ୍ ସାରକୋମା(ewing sarcoma): ଏହା ମୁଖ୍ୟତଃ ୧୦ରୁ ୨୦ ବର୍ଷ ମଧ୍ୟରେ ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାଏ ।
କୋଣ୍ଡ୍ରୋ ସାରକୋମା(chondrosarcoma): ଏହା ୪୦ରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାଏ ।

ଅସ୍ଥି କର୍କଟର ଲକ୍ଷଣ

ଏହି ରୋଗର ସେମିତି କିଛି ସ୍ଥାୟୀ ଲକ୍ଷଣ ନାହିଁ କିନ୍ତୁ ବ୍ୟକ୍ତି ଜଣଙ୍କ ପୂର୍ବରୁ କୌଣସି ରୋଗ ପାଇଁ ରେଡିଓ ଥେରାପି ନେଇଥିଲେ ସେମାନଙ୍କୁ ଅସ୍ଥି କର୍କଟ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଏହା ବ୍ୟତୀତ Paget’s bone disease ଏବଂ Li-Fraumeni syndrome ଭଳି ଦୁର୍ଲଭ ଅନୁବାଂଶିକ ରୋଗ କର୍କଟର କାରଣ ହୋଇପାରେ ।
– ସବୁବେଳେ ହାଡ଼ରେ ଯନ୍ତ୍ରଣା ଅନୁଭବ କରିବା
– ହାଡ଼ ଫୁଲିବା କିମ୍ବା ଆବୁକା ହେବା
– ବାରମ୍ବାର ହାଡ଼ ଫ୍ରାକ୍‌ଚର ହେବା
– ଜ୍ୱର ସହ ଝାଳ ବୋହିବା
– ହଠାତ ଓଜନ କମିଯିବା

କିପରି ହୋଇଥାଏ ଏହାର ଚିକିତ୍ସା ?

ଅସ୍ଥି କର୍କଟର ଚିକିତ୍ସା ଏହି କଥା ଉପରେ ନିର୍ଭର କରିଥାଏ କି ବ୍ୟକ୍ତି କେଉଁ ପ୍ରକାରର ଅସ୍ଥି କର୍କଟ ରୋଗରେ ଆକ୍ରାନ୍ତ ଏବଂ ଏହା ଶରୀରର କେତେ ଅଂଶରେ ବ୍ୟାପିଛି । ଏହି ସବୁ କଥାକୁ ଦୃଷ୍ଟିରେ ରଖି ଡାକ୍ତର କ୍ୟାନସରସ୍ ଅସ୍ଥିକୁ ବାହାର କରିବା କିମ୍ବା କେମୋଥେରାପି ଏବଂ ରୋଡିଓ ଥେରାପିର ପରାମର୍ଶ ଦେଇଥାନ୍ତି ।

Get real time updates directly on you device, subscribe now.