fbpx

(Photos) ବିଶ୍ୱର ସବୁଠୁ ବଡ଼ ସୁନାମୁଦି… ଓଜନ-ମୂଲ୍ୟ ଜାଣିଲେ ଉଡ଼ିଯିବ ହୋସ୍: କେଉଁଠି ଅଛି?

ନୂଆଦିଲ୍ଲୀ: ସୁନାର ଚମକ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥାଏ । କିନ୍ତୁ ଅନେକ କିଛି ସୁନାର ଜିନିଷ ରହିଛି, ଯାହାକୁ କିଣିବା ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇପାରେ ନାହିଁ । ଆଉ କିଛି ସୁନା ବିକ୍ରି ହେବା ମଧ୍ୟ ସମ୍ଭବ ନୁହେଁ । ସେହିପରି ଏକ ଅଳଙ୍କାର ରହିଛି ଦୁବାଇ ସହରରେ । ଏଠାରେ ରହିଛି ସାରା ପୃଥିବୀରେ ସବୁଠାରୁ ବଡ଼ ସୁନାର ମୁଦି । ଏହି ମୁଦିକୁ ଦେଖିବା ପାଇଁ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଲୋକେ ଏଠାରେ ଆସି ପହଞ୍ଚୁଛନ୍ତି ।

ସୁନାକୁ ଭଲ ପାଉଥିବା ଲୋକେ ଏହି ମୁଦିକୁ ଦେଖିବା ପାଇଁ ଦୁବାଇ ଧାଇଁ ଆସୁଛନ୍ତି । ଏହାର ଓଜନ ଏବଂ ମୂଲ୍ୟ ସମସ୍ତଙ୍କୁ ଚମକାଇ ଦେଇଛି । ଏହି ମୁଦିର ମୂଲ୍ୟ ପ୍ରାୟ ୩ ମିଲିୟନ୍ ଡଲାର ବୋଲି ଅନୁମାନ କରାଯାଉଛି । ଦୁବାଇର ପ୍ରସିଦ୍ଧ ଅଙ୍କାର ଦୋକାନ ଡେରା ଗୋଲ୍ଡ ଶୁକ ଏହାକୁ ‘ନଜମତ ତେବା’ ନାମରେ ନାମିତ କରିଛନ୍ତି । ୨୧ କ୍ୟାରେଟର ଏହି ମୁଦ୍ରିକାର ଓଜନ ମଧ୍ୟ ବେଶ୍ ଆଶ୍ଚର୍ଯ୍ୟଜନକ । ଏହାର ଓଜନ ୬୪ କିଲୋଗ୍ରାମରୁ ଅଧିକ ବା ୧୪୧ ପାଉଣ୍ଡ ରହିଛି । ଏହାବ୍ୟତୀତ ଏହି ମୁଦିରେ ୫.୧ କେ.ଜି(୧୧ ପାଉଣ୍ଡ) ମୂଲ୍ୟବାନ ପଥର ମଧ୍ୟ ଖଞ୍ଜାଯାଇଛି ।

ରିପୋର୍ଟ ଅନୁସାରେ, ବିଶ୍ୱର ଏହି ସର୍ବବୃହତ୍ ମୁଦ୍ରିକାକୁ ନିର୍ମାଣ କରିବା ପାଇଁ ପ୍ରାୟ ୫୫ ଜଣ କାରିଗରଙ୍କୁ ୪୫ ଦିନ ସମୟ ଲାଗିଥିଲା । ଏଥିରେ ୬୧୫ ସ୍ୱାରୋବସ୍କି କ୍ରିଷ୍ଟଲ ମଧ୍ୟ ରହିଛି । ଏହି ମୁଦିରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ପ୍ରମାଣପତ୍ର ମଧ୍ୟ ରହିଛି । ଏହାବ୍ୟତୀତ ଗୋଲ୍ଡ କାଉନ୍ସିଲ ଦ୍ୱାରା ଏହାକୁ ମାନ୍ୟତା ମଧ୍ୟ ପ୍ରଦାନ କରାଯାଇଛି । ୨୦୦୦ ମସିହାରେ ‘ନଜମତ ତେବା’କୁ ନିର୍ମାଣ କରିବା ପାଇଁ ମାଲିକ ପ୍ରାୟ ୫,୪୭,୦୦୦ ଡଲାର ଖର୍ଚ୍ଚ କରିଥିଲେ । ସେହି ସମୟରେ ସୁନାର ମୂଲ୍ୟ ପ୍ରାୟ ୨୫୦ ଡଲାର ରହିଥିଲା । କିନ୍ତୁ ବର୍ତ୍ତମାନ ସୁନା ମୂଲ୍ୟ ପ୍ରାୟ ୧,୪୯୭.୫୦ ଡଲାରରେ ପହଞ୍ଚି ସାରିଛି । ତେଣୁ ବର୍ତ୍ତମାନ ଏହି ସୁନାମୁଦିର ଦାମ୍ କେତେ ହେବ, ତାହା ଆପଣ ବିଚାର କରିପାରିବେ ।

Get real time updates directly on you device, subscribe now.