fbpx

Big News; ମାଗଣା Eye Test କରାଇବେ ଗାଡ଼ିଚାଳକ: NH କଡ଼ରେ ଚକ୍ଷୁ ପରୀକ୍ଷା ପାଇଁ ବ୍ୟବସ୍ଥା

କଟକ: ସିଲଭର ସିଟି କଟକରେ ଗାଡ଼ିଚାଳକମାନଙ୍କ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ସରକାର । ଏଣିକି ମାଗଣାରେ ଆଖି ପରୀକ୍ଷା କରାଇପାରିବେ ଗାଡ଼ିଚାଳକ । କଟକରେ ଗାଡ଼ିଚାଳକମାନଙ୍କର ମାଗଣା ଚକ୍ଷୁ ପରୀକ୍ଷା କରାଯିବ । ସାରା ରାଜ୍ୟରେ ବୃଦ୍ଧି ପାଉଥିବା ଦୁର୍ଘଟଣାକୁ ରୋକିବା ପାଇଁ ପ୍ରଶାସନ ଏଭଳି ଏକ ପଦକ୍ଷେପ ନେଇଛନ୍ତି । କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଭଳି ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି । ଜାତୀୟ ରାଜପଥ କଡ଼ରେ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବରି ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆବଶ୍ୟକ ସ୍ଥଳରେ ଗାଡ଼ି ଚାଳକମାନଙ୍କୁ ଚକ୍ଷୁ ଚିକିତ୍ସା ସହାୟତା ମଧ୍ୟ ଯୋଗାଇ ଦେବା ପାଇଁ କୁହାଯାଇଛି ।

Get real time updates directly on you device, subscribe now.