fbpx

ବିଏସ୍‌ଏନ୍‌ଏଲ୍‌ ଦମଦାର ଅଫର: ଆପଣାନ୍ତୁ ଏହି ପ୍ଲାନ

ଆପଣ ଯଦି ବିଏସ୍‌ଏନ୍‌ଏଲ୍‌ ସିମର ବ୍ୟବହାର କରୁଛନ୍ତି ଏବଂ ଆପଣ କମ ଡାଟା କିନ୍ତୁ ଅଧିକ କଲିଂ ଚାହୁଁଛନ୍ତି । ତେବେ ବିଏସ୍‌ଏନ୍‌ଏଲ୍‌ର ୧୯୭ ପ୍ଲାନ ଆପଣାନ୍ତୁ । ବିଏସ୍‌ଏନ୍‌ଏଲ୍‌ର ଏହି ପ୍ଲାନରେ କମ୍ପାନୀ ଆପଣଙ୍କୁ କମ ମୂଲ୍ୟରେ ନିଜର ଗ୍ରାହକମାନଙ୍କୁ ୭୦ ଦିନର ଏକ ବୈଧତା ପ୍ରଦାନ କରୁଛି । ଆପଣ ଯେ କୌଣସି ନେଟୱାର୍କକୁ ଅନଲିମିଟେଡ କଲ କରିପାରିବେ । ଏଥିରେ କମ୍ପାନୀ ଗ୍ରାହକମାନଙ୍କୁ ଦୈନିକ ୨ଜିବି ଡାଟା ଯୋଗାଇ ଦେଉଛି ।

ଜିଓ, ଏୟାରଟେଲ ଆଦି କମ୍ପାନୀଗୁଡିକ ସେମାନଙ୍କର ଛୋଟ ଏବଂ ବଡ ରିଚାର୍ଜ ପ୍ଲାନ୍‌ରେ ପରିବର୍ତ୍ତନ କରିଛନ୍ତି । ଯାହାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଅନେକ ଉପଭୋକ୍ତା ଶସ୍ତା ପ୍ଲାନ ପାଇଁ ସିମ୍‌ ପୋର୍ଟାବିଲିଟି କରି କମ୍ପାନୀ ବଦଳାଉଛନ୍ତି। ସରକାରୀ ଟେଲିକମ୍‌ ଏଜେନ୍ସି ବିଏସ୍‌ଏନ୍‌ଏଲ୍‌ ଏହାର ଶସ୍ତା ରିଚାର୍ଜ ପ୍ଲାନରେ କୋଟି କୋଟି ମୋବାଇଲ ଫୋନ୍‌ ବ୍ୟବହାରକାରୀଙ୍କୁ ଆଶ୍ୱସ୍ତି ଦେଇଛି । ଉପଭୋକ୍ତାମାନଙ୍କ ସୁବିଧାକୁ ଧ୍ୟାନରେ ରଖି ବିଏସ୍‌ଏନ୍‌ଏଲ୍‌ ଏହାର ରିଚାର୍ଜ ତାଲିକାରେ ଉଭୟ ସର୍ଟ ଟର୍ମ ଏବଂ ଲଙ୍ଗ୍‌ ଟର୍ମ ପ୍ଲାନ ଯୋଡ଼ିଛି ।

Get real time updates directly on you device, subscribe now.